ସନ୍ଷ୍ଟାର ଟିଭି ବ୍ୟୁରୋ
ବାଲେଶ୍ୱର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର କ୍ଷେପଣାସ୍ତ୍ରର ବିକଶିତ ଭର୍ସନ VL SR-SAM(Vehicle Launcher Short Range Surface to Air Missile)ର ଆଜି ହେବ ପରୀକ୍ଷଣ । ଏହାକୁ ପ୍ରଥମଥର ପାଇଁ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା ଘାଟିର ୩ନଂ ଲଞ୍ଚପ୍ୟାଡ଼ରୁ ଗ୍ରାଉଣ୍ଡ ଟେଷ୍ଟ କରାଯିବ । ତେବେ ଏହାର ଲକ୍ଷ୍ୟଭେଦ କ୍ଷମତା ୨୫ରୁ ୩୦ କିଲୋମିଟର ରହିଛି । ଏଥିରେ ଆଣ୍ଟି ରାଡ଼ାର ସିଷ୍ଟମ ବ୍ୟବହାର କରାଯାଇଥିବାରୁ ଏହି କ୍ଷେପଣାସ୍ତ୍ରକୁ ଶତୃପକ୍ଷର ରାଡ଼ାର ଚିହ୍ନଟ କରିପାରିବ ନାହିଁ । ଏହା ଶବ୍ଦର ଗତି ଠାରୁ ସାଢେ ୪ଗୁଣ ଅଧିକ ବେଗରେ ଗତି କରିପାରିବ । ଭାରତ ଡ଼ାୟନାମିକ୍ ଲିମିଟେଡ଼ ଓ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ନିର୍ମିତ VL SR-SAMରେ ରକେଟ୍ ମୋଟର ବ୍ୟବହାର କରାଯାଇଛି । ତା’ସହିତ ଏଥିରେ ଖଞ୍ଜା ଯାଇଥିବା ଡ଼େଣା ଉଡ଼ାଣ ସମୟରେ ଆବଶ୍ୟକତା ଅନୁସାରେ ବାହାର ଓ ଭିତରକୁ ଯା’ଆସ କରିପାରିବ । ଫଳରେ ଏହାକୁ ଟାର୍ଗେଟ୍ ହିଟ୍ କରିବାରେ ଦୃଢ ନିଶ୍ଚିତ କରାଯାଇ ପାରିବ ।
ତେବେ ପ୍ରଥମ ଥର ପାଇଁ ଏହି ଗ୍ରାଉଣ୍ଡ କ୍ଷେପଣାସ୍ତ୍ରର ଗ୍ରାଉଣ୍ଡ ପରୀକ୍ଷା କରାଯାଉଥିବାରୁ ଚାନ୍ଦିପୁର ୩ନଂ ଲଞ୍ଚପ୍ୟାଡ଼ରୁ ଅଢେଇ କିଲୋମିଟର ଦୂରତା ମଧ୍ୟରେ ଥିବା ୪ଟି ପଞ୍ଚାୟତର ପ୍ରାୟ ୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଓ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି ।