ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡିଶାରେ ଲାଗୁ ହେଲା କଏଦୀମାନଙ୍କ ପାଇଁ ନୂଆ ମାନୁଆଲ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହା ଲାଗୁ କରାଯାଇଛି । କେନ୍ଦ୍ର ସରକାର, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ଜେଲ ପ୍ରଶାସନ ଓ ସଂଶୋଧନ ଆଇନକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ନୂଆ ନିୟମରେ କଏଦୀଙ୍କ ସୁରକ୍ଷା,ମାନବାଧିକାର ଉପରେ ଗୁରୁତ୍ବ ଦିଆଯିବା ସହିତ ପ୍ରତି ୬ ଜଣ କଏଦୀଙ୍କ ପାଇଁ ଜଣେ ଲେଖାଏଁ ସୁରକ୍ଷାକର୍ମୀ ମୁତୟନ ହେବାକୁ କୁହାଯାଇଛି ।ସବ୍ ଜେଲ୍ରେ ୩୦୦, ଜିଲ୍ଲା ଜେଲରେ ୫୦୦ ଓ ସର୍କଲ ଜେଲ୍ରେ୧୦୦୦, କଏଦୀ ରହିପାରିବେ ।ଜେଲରେ କଏଦୀଙ୍କ ପାଇଁ ଚିକିତ୍ସା ସୁବିଧା କରାଯିବା ସହିତ ଜେଲ ପରିଚାଳନାକ ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ମାନୁଆଲରେ ଉଲ୍ଲେଖ କରାଯାଇଛି ।
ପୂର୍ବରୁ ୧୯୪୨ ମସିହାର ଜେଲ ମାନୁଆଲ୍ କାର୍ଯ୍ୟକାରୀ କରାଯାଉଥିଲା ଯାହାକି ୩୨ଟି ବିଷୟରେ ଉଲ୍ଲୀଖିତ ଥିଲା । ବର୍ତ୍ତମାନ ଏଥିରେ ଆଉ ୧୬ ଟି ନୂତନ ନିୟମ ଯୋଡା ଯାଇଛି ।