ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ଵାଇ : କରୋନା ମହାମାରୀ ସମୟରେ ଅସହାୟଙ୍କୁ ସାହାଯ୍ୟ କରି ମସିହା ପାଲଟିଥିବା ସୋନୁ ସୁଦ୍ ଏବେ ପୁଣି ଆଉ ଏକ ମହତ କାମ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ୪ ଅନାଥ ଝିଅଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରିଛନ୍ତି ସେ । ଉତ୍ତରାଖଣ୍ଡର ଚମୋଲି ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଇଲେକ୍ଟ୍ରିସିଆନ ଆଲମ ସିଂହଙ୍କ ଝିଅମାନଙ୍କୁ ସେ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି ।
ଏହି ୪ ଝିଅଙ୍କ ପାଠ ପଢା ଖର୍ଚ୍ଚ ଠାରୁ ନେଇ ବିବାହ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ଵ ବହନ କରିବେ ବୋଲି ସୋନୁ କହିଛନ୍ତି । ଉମେଶ୍ କୁମାର ନାମକ ଜଣେ ଟ୍ଵିଟର ବ୍ୟବହାରକାରୀ ଏନେଇ ଟ୍ଵିଟ୍ କରିଥିବା ବେଳେ ଏହାର ରି ଟ୍ଵିଟ୍ରେ ଜବାବ ଦେଇଛନ୍ତି ସୋନୁ ସୁଦ୍ । ସେ କହିଛନ୍ତି ଯେ ସେହି ପରିବାର ଏବେ ମୋର ।
यह परिवार अब हमारा है भाई । https://t.co/PIumFwdCDJ
— sonu sood (@SonuSood) February 19, 2021