ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ରାଜ୍ୟରେ କରୋନାର ପ୍ରଭାବ ହ୍ରାସ ପାଉଥିଲେ ମଧ୍ୟ ଦେଶରେ କୋରନାର ବ୍ରିଟେନ ଷ୍ଟେନ ସମସ୍ତଙ୍କ ଚିନ୍ତାର କାରଣ ସାଜିଛି । ତେବେ ଓଡିଶାକୁ ଲକ୍ଡାଉନ୍ ଫେରିବାକୁ ନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ, ଏବେ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା କମିବାରେ ଲାଗିଛି । ଏହି କାରଣରୁ ଏବେ ଲକଡାଉନର ସମ୍ଭାବନା ନାହିଁ । ତେବେ ସଚେତନ ନରହିଲେ ପୁଣି ଥରେ ଓଡ଼ିଶାକୁ ଲକଡାଉନ୍ ଫେରିପାରେ ବୋଲି ଡିଏମଇଟି ସତର୍କ କରାଇଛନ୍ତି ।
ମହାରାଷ୍ଟ୍ର ଓ କେରଳର କିଛି ସ୍ଥାନରେ ଲକଡାଉନ ଓ ରାତ୍ରୀ କର୍ଫ୍ୟୁ ଜାରି ହୋଇଛି । ହେଲେ ବ୍ରିଟେନ ଓ ଆମେରିକା ପରି ସଂକ୍ରମଣ ବଢ଼ିନି। ଜନସାଧାରଣ ନିଜେ ସଚେତନ ରହିଲେ, ଲକ୍ଡାଉନ୍ର ଆବଶ୍ୟକତା ପଡିବନି । ପ୍ରତିଦିନ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି । ହେଲେ ସାଢ଼େ ୪ କୋଟି ଲୋକଙ୍କ ପାଖକୁ ଯାଇ ହେବନି। ତେଣୁ ଯେଉଁ ଲୋକଙ୍କ ଭିତରେ କିଛି ବି ଲକ୍ଷଣ ଦେଖାଯାଉଛି, ସେମାନେ ନିଜେ ଜଣାନ୍ତୁ ଓ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ।