ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ମାଧ୍ୟମିକ ସ୍ତରରେ ସ୍କୁଲ୍ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ନବମ ଓ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ । ବନ୍ଦେ ଉତ୍କଳ ଜନନୀ ଗୀତକୁ ସରକାର ପୂର୍ବରୁ ରାଜ୍ୟ ସଂଗୀତର ମାନ୍ୟତା ଦେଇଥିବାବେଳେ ଏହି ସଂଗୀତ ଓଡ଼ିଆର ମହତ୍ବ ଏବଂ ଆତ୍ମୀୟ ଭାବକୁ ଦୃଢ଼ କରିବାରେ ଏବଂ ଓଡ଼ିଆ ଜାତିର ମହାନତା ସହ ପରିଚିତ କରାଇବାରେ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।