ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର; ବିଧାନସଭାରେ ବଜେଟ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ତେବେ ଗୃହ କାର୍ଯ୍ୟ ଆରମ୍ଭ ନ ହେଉଣୁ ଆଜି ମଧ୍ୟ ମୁଲତବୀ ରହିଛି ଗୃହ । ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧି ଦଳ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହ ମଝିରେ ଫ୍ଲାକାର୍ଡ ଓ ବ୍ୟାନର ଧରି ହଟ୍ଟଗୋଳ ଓ ହୋହାଲ୍ଲାରେ କରିଥିଲେ । ଯାହା ଫଳରେ ଗୃହ କାର୍ଯ୍ୟ ଏକ ପ୍ରକାର ଅଚଳ ହୋଇଯାଇଥିଲା । ଗୃହ କାର୍ଯ୍ୟ ଚାଲିବା ସମ୍ଭବ ନ ହେବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହ କାର୍ଯ୍ୟକୁ ଦିନ ୧୧.୩୦ ଯାଏଁ ମୁଲତବୀ ରଖିଛନ୍ତି ।ତେବେ ଗତକାଲି ମଧ୍ୟ ବିରୋଧି ଦଳ ସଦସ୍ୟଙ୍କ ହଟ୍ଟଗୋଳ ପାଇଁ ଗୃହ କାର୍ଯ୍ୟ ବନ୍ଦ ରହିଥିଲା ।