ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଏଣିକି ସାର୍ଟିଫିକେଟ ଆଣିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆଉ ଯିବାକୁ ପଡିବନି ସ୍କୁଲ । ଯେଉଁଠାରେ ରହିମଧ୍ୟ ପାଇପାରିବେ ସାର୍ଟିଫିକେଟ ଓ ଗୁରୁତ୍ଵପୂର୍ଣ୍ଣ ଡକ୍ୟୁମେଣ୍ଟ । ଏବେ ଅନ୍ଲାଇନ ମାଧ୍ୟମରେ ସାର୍ଟିଫିକେଟ୍ ଓ ଗୁରୁତ୍ଵପୂର୍ଣ୍ଣ ଡକ୍ୟୁମେଣ୍ଟ ଦିଆଯିବ ।
ଏନେଇ ନିଷ୍ପତି ଗ୍ରହଣ କରିଛନ୍ତି ଓଡିଶା ସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ଏହି ବିଷୟରେ ସୂଚନା ପ୍ରଦାନ କରାଯାଇଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ଓ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ କାଗଜପତ୍ର ପାଇଁ ବୋର୍ଡ ଅଫିସ ଯିବା ବଦଳରେ ଅନ୍ଲାଇନ୍ ଜରିଆରେ ମିଳିପାରିବ ବୋଲି ସୂଚନା ଦିଆଯାଇଛି । ଜନ ସେବା କେନ୍ଦ୍ରରୁ ନିଜର ସାର୍ଟିଫିକେଟ ପାଇପାରିବେ ।
ଏହି ଅନ୍ଲାଇନ କାର୍ଯ୍ୟକ୍ରମକୁ ଓଡିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ଓ ଓଡିଶା କମ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ୍) ଓ ନ୍ୟାସନାଲ ଇନ୍ ଫର୍ମାଟିକସ୍ ସେଣ୍ଟର ମିଳିତ ହୋଇ ବିକଶିତ କରିଛନ୍ତି । ତେବେ ସରକାରଙ୍କ ଏହି ନିଷ୍ପତିରେ ଅଭିଭାବକ ଓ ଛାତ୍ରଛାତ୍ରୀ ଖୁସି ପ୍ରକାଶ କରିଛନ୍ତି । ଏହି ବ୍ୟବସ୍ଥା ଛାତ୍ରଛାତ୍ରୀ ବେଶ୍ ଉପକୃତ ହେବେ ବୋଲି କହିଛନ୍ତି ଅଭିଭାବକ ଗୋଷ୍ଠୀ ।
As part of the ongoing reforms in school education, #Odisha Govt will provide certificates & documents to high school students online. The online programme has been jointly developed by @SMEOdisha in association with @OCAC_Odisha & @NICMeity.https://t.co/P90rFsT3TM
— CMO Odisha (@CMO_Odisha) February 19, 2021