ସନ୍ଷ୍ଟାର ଟିଭି ବ୍ୟୁରୋ
(Image courtesy- prameya)
ଆନନ୍ଦପୁର: ଯାଜପୁର ଆନନ୍ଦପୁର ୨୦ ନମ୍ଵର ଜାତୀୟ ରାଜପଥରେ ଘଟିଛି ଏକ ଦୁର୍ଘଟଣା । ଭାରସ୍ୟାମ ହରାଇ ଯାତ୍ରୀବାହୀ ବସ୍ ଉପରେ ଖସି ପଡିଛି ଏକ ଆଇରନ୍ ବୋଝେଇ ଟ୍ରକ । ଶାଳପଡା ଓଭର୍ବ୍ରିଜ୍ ଉପରୁ ତଳକୁ ଖସି ବସ୍ ଉପରେ ପଡିଥିଲା ଏହି ଟ୍ରକଟି । ବସ୍ର ନାମ ପଦ୍ମାବତୀ ହୋଇଥିଲା ବେଳେ ବସ୍ ମଧ୍ୟରେ ୫୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିଲେ । ସୌଭାଗ୍ୟ ବଶତଃ ବସ୍ ମଧ୍ୟରେ ଥିବା ୫୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କେବଳ ବସ୍ କଣ୍ଡକ୍ଟର ସାମାନ୍ୟ ଆହତ ହୋଇଛନ୍ତି ।