ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଏଲ୍ଏସି ( ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ) ରେ ଏବେ ଭାରତ ଓ ଚୀନ ମଧ୍ୟରେ ହିଂସାକାଣ୍ଡ କମିଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ଚୀନ ପ୍ରଥମ ଥର ପାଇଁ ଗଲଓ୍ଵାନ ଘାଟି ଚୀନ ଓ ଭାରତ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନ ସୈନ୍ୟ ସହୀଦ ହୋଇଥିବା କଥା ସ୍ଵୀକାର କରିଛି । ଲଦାଖର ଗଲ୍ଓ୍ଵାନ୍ ଉପତ୍ୟକାରେ ସଙ୍ଗଠିତ ସଂଘର୍ଷରେ ପ୍ରାଣ ହରାଇଥିବା ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ର ସୈନିକମାନଙ୍କର ନାମ ଓ ପୂର୍ଣ୍ଣ ବିବରଣୀ ଚୀନ୍ ପ୍ରଥମ କରି ଉଲ୍ଲେଖ କରିଛି ।
ଗ୍ଲୋବାଲ୍ସ ଟାଇମ୍ସ ଅନୁସାରେ ଚୀନର କେନ୍ଦ୍ରିୟ ସୈନ୍ୟ ଆୟୋଗ, କାରାକୋରମ ପର୍ବତ ଉପରେ ନିୟୋଜିତ ରହିଥିବା ୫ ଚୀନ ସୈନିକ ଆତ୍ମବଳୀ ଦେଇଥିବା କଥା ‘ସେଣ୍ଟ୍ରାଲ୍ ମିଲିଟାରି କମିସନ୍ ଅଫ୍ ଚାଇନା’ ସ୍ୱୀକାର କରିଛି । ସେମାନଙ୍କ ମଧ୍ୟରୁ ଚାରି ଜଣ ସଂଘର୍ଷ କରି ମୃତ୍ୟୁବରଣ କରିଥିବା ବେଳେ ଜଣେ ସେମାନଙ୍କୁ ଉଦ୍ଧାର କରି ହ୍ରଦ ପାର୍ କରି ଆସୁଥିବା ସମୟରେ ପାଣିରେ ଭାସି ଯାଇ ମୃତ୍ୟୁ ବରଣ କରିଥିଲେ । ତେବେ ସେମାନେ ହେଉଛନ୍ତି ଚେନ୍ ହୋଙ୍ଗ୍ଜୁନ୍, ଚେନ୍ ସିଆଙ୍ଗ୍ରୋଙ୍ଗ୍, ଜିଆଓ ସିୟୁଆନ୍ ଏବଂ ଓ୍ଵାଙ୍ଗ୍ ଝୁଓରାନ୍ । ଚେନ୍ ହୋଙ୍ଗ୍ଜୁନ୍ଙ୍କୁ ମରଣତ୍ତୋର ଭାବେ ‘ହିରୋ ଟୁ ଡିଫେଣ୍ଡ୍ ଦି ବର୍ଡର୍’ ସମ୍ମାନ ମିଳିଥିବା ବେଳେ ଅନ୍ୟ ତିନିଜଣଙ୍କୁ ମଧ୍ୟ ପ୍ରଥମ ଶ୍ରେଣୀୟ ପ୍ରଶସ୍ତି ପତ୍ର ମିଳିଛି ।
ଗଲ୍ଓ୍ଵାନ୍ ଉପତ୍ୟକା ସଂଘର୍ଷରେ ଭାରତୀୟ ସେନାର ୨୦ଜଣ ଯବାନ ପ୍ରାଣ ହରାଇଥିଲେ ବୋଲି ଭାରତ କହିଥିଲା । କିନ୍ତୁ, ଚୀନ୍ ନିଜର ମୃତାହତ ସୈନିକମାନଙ୍କ ପ୍ରସଙ୍ଗରେ ଚୁପ ରହିଥିଲା ।