ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ବଲିଉଡ କୁଇନ୍ କଙ୍ଗନା ରାଣାଓ୍ଵତ ପବିତ୍ର ମାଘସପ୍ତମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଛନ୍ତି । ଆଜି ସକାଳେ ଭୁବନେଶ୍ୱରରୁ ପୁରୀରେ ଯାଇଥିଲେ କଙ୍ଗନା । ସୁରକ୍ଷାବଳୟ ମଧ୍ୟରେ କଙ୍ଗନା ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ ।। କଙ୍ଗନା ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା କରିଥିଲେ ।
ତେବେ ସେ ପୂର୍ବରୁ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ଘୋଷଣା କରିଥିଲେ । ସେ ଜଗନ୍ନାଥଙ୍କୁ ଦର୍ଶନ କଲାପରେ ନିଜ ଟ୍ଵିଟର ଆକାଉଣ୍ଟରେ ଫୋଟୋ ସେୟାର କରିବା ସହିତ ଲେଖିଛନ୍ତି ଯେ ଆମେ ସବୁବେଳେ ଭଗବାନ କ୍ରିଷ୍ଣାଙ୍କୁ ରାଧା ଓ ରୁକ୍ମଣୀଙ୍କ ସହ ଦେଖିଥାଉ । କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିରରେ ଭଗବନା କ୍ରିଷ୍ଣା ତାଙ୍କ ଭାଇଭଉଣୀ ବଳରାମ ଓ ସୁଭଦ୍ରାଙ୍କ ସହ ଦର୍ଶନ ଦେଉଛନ୍ତି ।
 
We always see Krishna with Radha or Rukmani(Laxmi) but in Puri Jagannath Lord Krishna is placed with his siblings, Balrama n Subhadra(Arjun’s wife, Abhimanyu’s mom)
Pulsating with the energy of his heart chakra whole place has a healing and soothing sweetness to it,enchanted ❤️ pic.twitter.com/ogHLeSRKqR— Kangana Ranaut (@KanganaTeam) February 19, 2021
श्री कृष्ण गोविंद हरे मुरारी हे नाथ नारायण वसुदेव, हे नाथ नारायण वासुदेव हे नाथ नारायण वासुदेव। pic.twitter.com/plVRswYri6
— Kangana Ranaut (@KanganaTeam) February 19, 2021