ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଳୀ: ଫଟୋଟିକୁ ଦେଖି ସମସ୍ତଙ୍କୁ ଲାଗୁଥିବ ଯେ ହସ୍ପିଟାଲ ବେଡରେ ଜଣେ ବ୍ୟକ୍ତି ସୋଇଛନ୍ତି । କିନ୍ତୁ ଏହା ଆପଣଙ୍କ ଭ୍ରମ ଅଟେ । ହସ୍ପିଟାଲ ବେଡ୍ରେ କୌଣସି ବ୍ୟକ୍ତି ଶୋଇ ନାହାନ୍ତି । ବାସ୍ତବରେ ଏହା ଏକ କେକ୍, ଯାହା ଅବିକଳ ମଣିଷ ପରି ଦିଶୁଛି । ହରର୍୪କିଡ୍ସ ନାମକ ଏକ ଟିଟ୍ବର୍ ଆକାଉଣ୍ଟ୍ରେ ଏହି ଫଟୋଟିକୁ ସେୟାର୍ କରାଯାଇଛି। ଯାହା ଅନେକଙ୍କ ମନରେ ମଣିଷ ବୋଲି ଦ୍ବନ୍ଦ୍ବ ଉପୁଜାଇଛି।
THIS IS A CAKE. pic.twitter.com/9h9pXiYHDG
— Horror4Kids (@horror4kids) February 16, 2021
ସେହି ଆକାଉଣ୍ଟରେ ୪ ଟି ଫୋଟୋ ସେୟାର କରାଯାଇଛି । ପ୍ରଥମ ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ବେଡ୍ ଉପରେ ଶୋଇ ରହି କ୍ୟାମେରାକୁ ମୁହଁ କରି ହସୁଛନ୍ତି। ପରବର୍ତ୍ତୀ ଫଟୋଗୁଡ଼ିକରେ କେକ୍ କଟା ଯାଇଥିବା ଦେଖିବାକୁ ମିଳିଛି ।