ସନ୍ଷ୍ଟାର ଟିଭି ବ୍ୟୁରୋ
କେନ୍ଦ୍ର ସରକାର ଟ୍ବିଟରକୁ ଜାରି କଲେ ନୋଟିସ୍ ।ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର ।ସୂଚନା ଅନୁସାରେ ଲେହ ଜାମ୍ମୁ କାଶ୍ମିରରେ ଅବସ୍ଥିତ ବୋଲି ଟ୍ବିଟର ଦେଖାଇଥିଲା ।ଯାହାକୁ ନେଇ କେନ୍ଦ୍ରୀୟ ଇଲେକ୍ଟ୍ରୋନିକ ଏବଂ ସୂଚନା ପ୍ରଦ୍ୟୋଗିକୀ ମନ୍ତ୍ରାଳୟ ଟ୍ବିଟରର ବୈଷୟିକ ଉପାଧ୍ୟକ୍ଷକୁ ନଭେମ୍ବର ୯କୁ ନୋଟିସ୍ ଜାରି କରିଛନ୍ତି ।
ଭାରତୀୟ ସଂସଦ ଲଦାଖ କୁ କେନ୍ଦ୍ରଶାସିତ ଅଞ୍ଚଳ ରେ ଅର୍ନ୍ତଭୁକ୍ତ କରିବା ସହ ଲେହକୁ ଲଦାଖର ମୁଖ୍ୟ କାର୍ଯ୍ୟାଳୟ ରୂପେ ଘୋଷଣା କରିଥିଲେ ।କିନ୍ତୁ ଟ୍ବିଟରରେ ଏହା ଜାମ୍ମୁ କାଶ୍ମୀରର ଅଂଶ ବୋଲି ଦର୍ଶାଇ ଥିଲା ।ଏପରି ଭୁଲ ତଥ୍ୟ ଦେଲାପରେ ମଧ୍ୟ କଣ ପାଇଁ ଟ୍ବିଟର ସେହି କର୍ମଚାରୀ ବିରୁଦ୍ଧରେ କୋଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ପ୍ରଶ୍ନ କରିଛି ମନ୍ତ୍ରାଳୟ ।
ଟ୍ବିଟରର ଏହି ଭୁଲ ପାଇଁ ଆଇଟି ଆକ୍ଟର ଧାରା ୬୯ଏ ଅନୁଯାୟୀ ୬ମାସ ଜେଲ୍ ହେବାର ଆଇନ ରହିଛି । ପୂର୍ବରୁ ମଧ୍ୟ ଟ୍ବିଟର ଏକ ସିଧା ପ୍ରସାରଣ ସମୟରେ ଲେହକୁ ଚୀନର ଅଂଶୀଦାର ବୋଲି କହି ତୀବ୍ର ସମାଲୋଚନାର ଶିକାର ହୋଇଥିଲା । ଓ ଏଥିପାଇଁ ଟ୍ବିଟରକୁ ସଯୁକ୍ତ ସଂସଦୀୟ ସମିତି ସମ୍ମୁଖରେ କ୍ଷମା ମାଗିବାକୁ ପଡିଥିଲା ।