ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ପୁରୁଣା ପୋଷାକକୁ ନ ଫୋଫାଡି ତାକୁ ସଂଗ୍ରହ କରି ଆବଶ୍ୟକ କରୁଥିବା ଗରିବ ଲୋକମାନଙ୍କୁ ଦାନ କରିବାକୁ ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛି ବିଏମ୍ସି । ବିଏମ୍ସି ପକ୍ଷରୁ ଖୁବ୍ଶିଘ୍ର ଶୁଭାରମ୍ଭ କରାଯିବ ହୁଇଲ୍ ଅଫ୍ କାଇଣ୍ଡନେସ୍ ( ଦୟା ଚକ) ଅଭିଯାନ ।ଏହି ଅଭିଯାନ ଜରିଆରେ ଦୟା ରଥ ନାମକ ଏକ ବସ୍ ସହରରେ ବୁଲି ଲୋକମାନଙ୍କ ଠାରୁ ପୁରୁଣା କପଡାକୁ ସଂଗ୍ରହ କରିବ । ବିଭିନ୍ନ ଏନ୍ଜିଓ ସଂସ୍ଥା ସେହି ପୋଷାକ ଗୁଡିକୁ ଭଲଭାବେ ସଫା କରି, ଆଇରନ କରି ସେହି ବସ୍ରେ ରଖିବେ । ଓ ଯେଉଁମାନେ ଏହି ପୋଷାକ ଆବଶ୍ୟକ କରୁଥିବେ ସେହି ବସ୍ରୁ ଆଣି ପାରିବେ ।
ତେବେ ବିଏମ୍ସି କମିଶନରଙ୍କ କହିବା ଅନୁଯାୟୀ ଖୁବ୍ ଶିଘ୍ର ଏହି ଦୟା ରଥ ସହରରେ ବୁଲିବାକୁ ଯାଉଛି ।ଯେଉଁମାନେ ନିଜର ପୁରୁଣା ପୋଷାକକୁ ଦାନ କରିବାକୁ ଚାହୁଁଥିବେ ସେ ବିଏମ୍ସି ଜରିଆରେ ଦାନ କରିବେ ଓ ଏନ୍ଜିଓ ସଂସ୍ଥା ଦ୍ଵାରା ଏହି ପୋଷାକକୁ ଭଲଭାବେ ସଫା କରି ,ସେଗୁଡିକ ଆଇରନ କରି ବସ୍ରେ ରଖାଯିବ । ଓ ଯେଉଁମାନେ ଏହି ପୋଷାକ ଆବଶ୍ୟକ କରୁଥିବେ ସେମାନେ ବସରୁ ସେହି ପୋଷାକ ନେଇପାରିବେ । ଏହି ବସ୍କୁ ସ୍ଵତନ୍ତ୍ର ଭାବେ ଚିତ୍ରିତ କରାଯାଇ ଆକର୍ଷଣୀୟ କରାଯାଇଛି । ତେବେ ଏହି ବସ୍ରେ କପଡାକୁ ଟ୍ରାଏଲ୍ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।