ସନ୍ଷ୍ଟାର ଟିଭି ବ୍ୟୁରୋ
ନୟାଗଡ: ନୟାଗଡ ନାବାଳିକା ପରୀ ହତ୍ୟା ମାମଲାର ଆଜି ଏକ ନୂଆ ମୋଡ ସାମ୍ନାକୁ ଆସିଛି । ଗିରଫ ହେବା ଦିନଠାରୁ ମୁଖ୍ୟ ଅଭିଯୁକ୍ତ ଏହି ଘଟଣାକୁ ଅସ୍ଵୀକାର କରିଥିବା ଆଜି ଏହି ଘଟଣାକୁ ସ୍ଵୀକାର କରିଥିବା ଜଣାପଡିଛି ତେବେ ସେହି ସ୍ୱୀକାରୋକ୍ତି ଭିଡିଓରେ ଦେଖିବାକୁ ମିଳିଛି ।ସେହି ଭିଡିଓରେ ସରୋଜ ସେଠୀ ପରୀ ହତ୍ୟାକାଣ୍ଡର ଗୋଟି ଗୋଟି କରି ସତ ବଖାଣିଥିବାର ଦେଖାଯାଉଛି । ପରୀକୁ କେମିତି ମାରିଲା, କେମିତି ଫିଙ୍ଗିଲା ଗୋଟି ଗୋଟି ସତ ବଖାଣିଛି ଅଭିଯୁକ୍ତ । ପ୍ରଥମେ ଦୁଷ୍କର୍ମ କରିବାକୁ ପରୀକୁ ଡାକିଥିଲା ସରୋଜ । ଏହାପରେ ତଳେ ପକାଇ ଦୁଷ୍କର୍ମ କରିବା ପୂର୍ବରୁ ପାଟି କରିବାରୁ ତାର ତଣ୍ଟି ଚିପି ହତ୍ୟା କରିଥିଲା ସରୋଜ । ତେବେ ପରୀର ମୃତ୍ୟୁ ପରେ ଦୁଃଖ ଲାଗିବାରୁ ଆଉ ଦୁଷ୍କର୍ମ କରିନଥିଲା ବୋଲି କହିଛି ଅଭିଯୁକ୍ତ ।
ମୃତ୍ୟୁ ପରେ ଝୋଟ ଅଖାରେ ଗୁଡ଼ାଇ ଫିଙ୍ଗି ଦେଇଥିଲା ମୃତଦେହ । ହାତରେ ମୃତଦେହ ଟେକି ନେଇ ବାରିପଟ ପୋଖରୀରେ ଫିଙ୍ଗିଥିଲା । ମୃତଦେହ ଫୋପାଡିବା ପୂର୍ବରୁ ଲେଗିନସକୁ ପୋଖରୀରେ ଫିଙ୍ଗିଥିଲା ଅଭିଯୁକ୍ତ । ଏହାପରେ ଗାଧୋଇଥିଲା ଅଭିଯୁକ୍ତ । ପରୀର ମାଆ ଆସି ଝିଅ ବିଷୟରେ ପଚାରିବାରୁ ଦେଖିନାହିଁ ବୋଲି କହିଥିଲା ଅଭିଯୁକ୍ତ ।