ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଭୁବନେଶ୍ବର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା କିରାଣୀ ଉଦୟନାଥ ଜେନାଙ୍କୁ ଆଜି ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଭିଜିଲାନ୍ସ ପକ୍ଷରୁ ଉଦୟନାଥ ଜେନାଙ୍କ ଘର ଓ ଅଫିସରେ ଚଢ଼ଉ କରାଯାଇଥିଲା। ତେବେ ମାତ୍ର ୫୦ ହଜାର ଟଙ୍କା ଦରମା ପାଉଥିବା ଜଣେ ବ୍ୟକ୍ତିଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ବିଭାଗ ତାଜୁବ ହୋଇ ଯାଇଥିଲେ।ଉଦୟନାଥ ଜେନାଙ୍କ ଘର ଓ ଅଫିସରେ ଚଢ଼ଉ ବେଳେ ଭିଜିଲାନ୍ସ ହାତରେ ଲାଗିଛି ୭ଟି ପ୍ଲଟ, ଭୁବନେଶ୍ବର ଓ ପୁରୀରେ କୋଠାଘର ଏବଂ ନଗଦ ଟଙ୍କା । ଏହାବ୍ୟତୀତ ବୀମା, ସୁନା ଓ ଅନ୍ୟ ସ୍ଥାବର ଅସ୍ଥାବର ସମ୍ପତ୍ତି । ତାଙ୍କ ନାମରେ ପୂର୍ବରୁ ବହୁବାର ଅଭିଯୋଗ ହୋଇଥିଲା । ଏଣୁ ଗତକାଲି ସକାଳୁସକାଳୁ ଭିଜିଲାନ୍ସ ବିଭାଗ ଚଢ଼ଉକରିଥିଲେ । ଏକ ସମୟରେ ତାଙ୍କର ସୁନ୍ଦରପଦା ଘର, କେନ୍ଦ୍ରାପଡ଼ା ପୈତୃକଘର ସହ ସରକାରୀ କାର୍ଯ୍ୟାଳୟରେ ଚଢ଼ଉ କରାଯାଇଥିଲା । ଚଢାଉ ବେଳେ ଶ୍ରୀ ଜେନାଙ୍କର ୧ କୋଟି ୩୨ଲକ୍ଷ ୨୭ ହଜାର ୪୫୭ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଆକଳନ କରାଯାଇଛି।