ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜିଠୁ ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଛି । ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ସକାଳ ୧୧ଟାରୁ ଆରମ୍ଭ ହେବ । ଏଥର ଅଧିବେଶନରେ ପ୍ରଶ୍ନକାଳ ରହିବ । କୋରୋନା କଟକଣା ମଧ୍ୟରେ ଗୃହକାର୍ଯ୍ୟ ଚାଲିବ ।
ପ୍ରତ୍ୟେକ ଦିନ ୫ ଘଣ୍ଟା ଗୃହ ଚାଲିବ । ସକାଳ ସାଢେ ୧୦ରୁ ଅପରାହ୍ନ ୧ଟା ୩୦ ଓ ଅପରାହ୍ନ 4ଟାରୁ ସନ୍ଧ୍ୟା 6ଟା ଯାଏ ଗୃହ ଚାଲିବ । ତେବେ ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଆଲୋଚନା, ବ୍ୟୟମଞ୍ଜୁରୀ ବିଲ, ବଜେଟ ଉତ୍ତର, ଗୃହ ଓ ସାଧାରଣ ପ୍ରଶାସନ, ରାଜସ୍ବ ବିଭାଗର ଖର୍ଚ୍ଚ ଦାବି ଆଦି ଗୁରୁତ୍ବପୂର୍ଣ୍ଣ ଆଲୋଚନା ଦିନ ଗୃହକାର୍ଯ୍ୟ ସନ୍ଧ୍ୟା ୭ଟା ଯାଏଁ ଚାଲିବ ପାରିବ ବୋଲି ସୂଚନା ମିଳିଛି ।
ତେବେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୧୮, ୧୯ ଓ ୨୦ରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ । ୨୨ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ । ଦୁଇଟି ପର୍ଯ୍ୟାୟରେ ହେବ ବଜେଟ ଅଧିବେଶନ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୮ରୁ ୨୭ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୨ ରୁ ଅପ୍ରେଲ ୯ ଯାଏଁ ଅନୁଷ୍ଠିତ ହେବ ।