ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରେ ଏବେ ସମ୍ଵଲପୁରର ପ୍ରସିଦ୍ଧ ସମଲେଶ୍ଵରୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ । ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ୫ ଟି ଉପକ୍ରମ ଅଧିନରେ ଏହି କାର୍ଯ୍ୟ ଖୁବ୍ ଶିଘ୍ର କରାଯିବ ।
କେବଳ ସୌନ୍ଦର୍ଯ୍ୟକରଣ ନୁହେଁ ଏହି ପ୍ରକଳ୍ପ ଦ୍ଵାରା ସ୍ଥାନୀୟ ଲୋକଙ୍କ ଆର୍ଥୀକ ବିକାଶ ହେବ ବୋଲି କୁହାଯାଇଛି । ମନ୍ଦିର ଚାରିପଟେ ଲୋକମାନେ ଚାଲିବା ପାଇଁ ଏକ ରାସ୍ତା, ପୂଜାରୀମାନଙ୍କ ବିଶ୍ରାମ ନିମନ୍ତେ ବିଶ୍ରାମାଗାର ଓ ଭୋଗ ମଣ୍ଡପ ମଧ୍ୟ ନିର୍ମାଣ କରାଯିବ ।