ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ ଅଧିବେଶନ । ତେବେ ଏହାର ପ୍ରସ୍ତୁତି ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆଜି ସର୍ବଦଳୀୟ ବୈଠକ ଡକାଇଥିଲେ । ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ଦିଗ ଉପରେ ଆଲୋଚନା କରାଯାଇଥିଲା । ତେବେ ବିଧାନସଭାରେ ଅଧିବେଶନ ବସିବା ପୂର୍ବରୁ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।ବିଧାନସଭା ଆଗରେ ବାରମ୍ବାର ଆତ୍ମହୃତି ଉଦ୍ୟମ ହେଉଥିବାରୁ ଏହାକୁ ରୋକିବା ପାଇଁ ୩୦ ପ୍ଲାଟୁନ ପୋଲିସ ଫୋର୍ୟ ବିଧାନସଭା ଚାରିକଡରେ ମୁତୟନ ହେବେ ।ତେବେ ପୂର୍ବ ଅଧିବେଶନରେ ପ୍ରାୟ ୩ ଥର ଆତ୍ମହୃତି ଉଦ୍ୟମ ହୋଇଥିଲା ।
ଆତ୍ମାହୁତିକୁ ଦୃଷ୍ଟିରେ ରଖି ବିଧାନସଭା ସାମ୍ନା ସଚିବାଳୟ ମାର୍ଗକୁ ସମ୍ପୂର୍ଣ୍ଣ ସିଲ୍ କରାଯିବ । ଏଜି ଛକ, ରବିନ୍ଦ୍ର ମଣ୍ଡପ ଠାରେ ପୁଲିସ ବ୍ୟାରିକେଡ୍ କରାଯାଇ ଯାନବାହନକୁ ଅଟକାଯିବ । ଏଜି ଛକରୁ ଆସୁଥିବା ଗାଡି଼ଗୁଡି଼କ ଆଇଜି ପାର୍କଠାରେ ଗାଡି ବୁଲାଇ ଆଇଜି ପାର୍କ ପଛ ରାସ୍ତାରେ ଯିବେ । ସେହିପରି ଆଚାର୍ଯ୍ୟବିହାର ଆଡୁ ଆସୁଥିବା ଗାଡି କେଶରୀ ଟକିଜ୍ ପାଶ୍ୱର୍ ଗଳିରେ ପଶି ଲୋୟର ପିଏମ୍ଜିରେ ବାହାରିବ ।