ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ ଲକ୍ଡାଉନ୍ ସମୟରେ ସୁନା ଦର ସର୍ବାଧିକ ଛୁଇଁଥିବା ବେଳେ ବର୍ତ୍ତମାନ କ୍ରମାଗତ ଭାବରେ ଏହାର ଦର କମିବାରେ ଲାଗିଛି । ତେବେ ଦୀର୍ଘ ୮ ମାସ ପରେ ସୁନା ଦର ସବୁଠୁ ବେଶୀ ଶସ୍ତା ହୋଇଛି । ୧୦ ଗ୍ରାମ ସୁନା ୪୬୭୮୮ ଟଙ୍କାରେ ବିକ୍ରି କରାଯାଉଛି । ତେବେ ଅଗଷ୍ଟ ମାସରେ ସୁନା ଦାମ ୧୦ ଗ୍ରାମ ପିଛା ୫୬,୨୦୦ରେ ପହଞ୍ଚି ଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସୁନା ଦାମ ପ୍ରାୟ ୯୪୦୦ ଟଙ୍କା ହ୍ରାସ ପାଇଛି ।ତେବେ ସୁନା ପରି ରୂପା ଦର ମଧ୍ୟ ହ୍ରାସ ପାଇଛି । ରୂପା ଦାମ କିଲୋ ପ୍ରତି ୬୯,୫୦୭ ଟଙ୍କା ରହିଛି ।
ତେବେ ବଜେଟ ଅଧିବେଶନ ବେଳେ ସୁନା ଏବଂ ରୂପା ଉପରେ ଆମଦାନୀ ଟିକସ ହ୍ରାସ ହେବ ବୋଲି ଘୋଷଣା କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କରେ ୫ ପ୍ରତିଶତ ହ୍ରାସ ଘଟିବ ବୋଲି ସୂଚନା ଦେଇଥିଲେ ।