ସନ୍ଷ୍ଟାର ଟିଭି ବ୍ୟୁରୋ
ଉତ୍ତର ପ୍ରଦେଶ : ଇଣ୍ଟରନେଟରେ ଅଶ୍ଳୀଳ ଭିଡ଼ିଓ ଦେଖୁଥିଲେ ଏବେ ୧୦୯୦ ନମ୍ବରରୁ ଯାଇପାରେ କଲ୍ । ଅଶ୍ଳୀଳ ଭିଡ଼ିଓ ଦେଖୁଥିବା ଲୋକଙ୍କ ଉପରେ ନଜର ରଖିବ ୧୦୯୦ । ଏହା ସହିତ ମହିଳାମାନଙ୍କୁ ସଚେତନ କରିବା ପାଇଁ ମଧ୍ୟ ଏହି ନମ୍ଵରରୁ ମେସେଜ ଯିବ । ତେବେ ଉତ୍ତର ପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ପୁଲିସ୍ ଓ ସରକାର ଏହି ଅଭିନବ ପ୍ରୟାସ କରିଛନ୍ତି ।
ମହିଳାଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଥିବା ବ୍ୟକ୍ତିଙ୍କୁ ଲଗାମ ଲଗେଇବାକୁ ନୂଆ ପଦକ୍ଷେପ ନିଆଯାଇଛି। ଯଦି ମହିଳାଙ୍କ ବିରୋଧରେ ଅଶ୍ଳୀଳ କାର୍ଯ୍ୟ ହୁଏ ତ ଟେକ୍ନୋଲୋଜିର ସାହାଯ୍ୟରେ ତାଙ୍କ ଉପରେ ନଜର ରଖାଯିବ । ଏହି ଯୋଜନା ଅନୁସାରେ ପୁଲିସ୍ ଏମିତି ଲୋକଙ୍କର ମାନସିକତାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବ , ଯିଏକି ଏମିତି ଅପରାଧ ସହ ସଂପୃକ୍ତ ଥିବେ । ଏଥିରେ ଇଣ୍ଟରନେଟ୍ ମିଡ଼ିଆର ସାହାଯ୍ୟ ନିଆଯିବ । ଅନ୍ଲାଇନ୍ ଅଶ୍ଳୀଳ ଜିନିଷ ସର୍ଚ୍ଚ କରିବା କ୍ଷଣି ୧୦୯୦ ସାବଧାନ ରହିବାକୁ ଆଲର୍ଟ ଦେବ । ଏହି ସବୁ ସୂଚନା ୧୦୯୦ ପାଖରେ ଦାଖଲ ମଧ୍ୟ ହୋଇଯିବ ।