ସନ୍ଷ୍ଟାର ଟିଭି ବ୍ୟୁରୋ
ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ଆଣିଛି ଗ୍ରାହକ ମାନଙ୍କ ପାଇଁ ଦମ୍ଦାର ଅଫର୍ । ଜିଓ ଫାଇବର ଏବଂ ଏୟାରଟେଲ ଏକ୍ସଷ୍ଟ୍ରିମ ଫାଇବରକୁ ଟକ୍କର ଦେବା ପାଇଁ ଫାଇବର ଵେସିକ ପ୍ଲସ୍ ପ୍ଲାନର ଘୋଷଣା କରିଛି BSNL । ଏଥିରେ ୫୯୯ ଟଙ୍କା ପ୍ଲାନରେ ୬୦ Mbps ସ୍ପିଡ ସହିତ ଅନଲିମିଟେଡ ଡାଟା ମିଳିବ। ଏହି ପ୍ଲାନ ସମସ୍ତ ସର୍କଲ ପାଇଁ ଲଞ୍ଚ କରିବା ସଭିର୍ସ ଯୋଗାଉଛି। ଟେଲିକମ୍ ଟାର୍କ ରିପୋର୍ଟ ମୁତାବକ, ଏହି ପ୍ଲାନ ସହିତ କମ୍ପାନୀ ୪୪୯ ଟଙ୍କାର ପ୍ଲାନରେ ମଧ୍ୟ ପରିବର୍ତ୍ତନ କରିବ । ଉଲ୍ଲେଖଯୋଗ୍ୟ, ଏହି ନୂଆ ପ୍ଲାନ ସେହି ସର୍କଲରେ ଲାଗୁ ହେବ, ଯେଉଁଠି କମ୍ପାନୀ FTTH ଅର୍ଥାତ୍ ଫାଇବର ଟୁ ଦ ହୋମ୍ ସର୍ଭିସ୍ ଯୋଗାଉଛି । କମ୍ପାନୀ ଏବେ ଫେୟାର ୟୁଜେସ ପଲିସି (FUP) ପ୍ଲାନକୁ ଅନଲିମିଟେଡ ଡାଟା କହୁଛି, ତେଣୁ ପ୍ଲାନ ନେବା ବେଳେ ଉପଭୋକ୍ତାଙ୍କୁ ଧ୍ୟାନ ରଖିବା ଉଚିତ।