ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ଓଡିଶାରେ ‘ଆହାର’ ଯୋଜନା ପରି ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ‘ମା କି ରୋଷେଇ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ଯାହା ଫଳରେ ମାତ୍ର ୫ ଟଙ୍କାରେ ମିଳିବ ଭୋଜନ । ମାତ୍ର ୫ ଟଙ୍କାରେ ମିଳିବ ଭାତ, ଡାଲି ଭଜା ଓ ଅଣ୍ଡା । ଏହି ଯୋଜନାକୁ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆଜି ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ।
ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୬ ଟି ଅଫିସରେ ଏହି ଲଞ୍ଚ ବ୍ୟବସ୍ଥା କରାଯିବ । ପ୍ରତି ସ୍ଥାନରେ ପାଖାପାଖି ୧ହଜାର ଲୋକଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯିବ । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଯୋଜନାକୁ କେବଳ କୋଲକତାରେ କାର୍ଯ୍ୟକାରୀ କରାଯିବ । ପରବର୍ତ୍ତି ସମୟରେ କୋଲକାତା ବାହାରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ ହେବ ।