ସନ୍ଷ୍ଟାର ଟିଭି ବ୍ୟୁରୋ
ସୁନ୍ଦରଗଡ଼: ସୁନ୍ଦରଗଡ଼କୁ ଆହୁରୀ ସରସ ସୁନ୍ଦର ରୂପେ ଗଢି ତୋଳିବା ପାଇଁ ବିଭିନ୍ନ ବିକାଶମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ଗ୍ରସ୍ତ କରିବେ । ତେବେ ଏଥିପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ତେବେ ସେଠାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି ରାଉରକେଲା ସହରରେ ଦେଶର ସର୍ବ ବୃହତ ହକି ଷ୍ଟାଡିୟମ ସହ ଜିଲ୍ଲାର ୧୭ଟି ବ୍ଲକରେ ୧୭ଟି ଆଷ୍ଟ୍ରୋ ଟର୍ଫ ନିର୍ମାଣ କରାଯିବ । ସୁନ୍ଦରଗଡ
ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୪ ହଜାର ୮ ଶହ କୋଟି ଟଙ୍କାର ପ୍ୟାକେଜ୍ର ଘୋଷଣା କରିଛନ୍ତି ।ଏହି ପ୍ୟାକେଜର ଶୁଭାରମ୍ଭ କରାଯିବ। ୧୨ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପ ଓ ୩୫୧ କୋଟି ଟଙ୍କା ବ୍ୟୟ ଅଟକଳରେ ୧୧ଟି ବୃହତ ଉଠାଜଳସେଚନ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ ହେବ । ବିଭିନ୍ନ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୧୫୯୯ କୋଟି ଟଙ୍କା ବ୍ୟୟ କରାଯିବ । ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ୧୦ଟି କସ୍ତୁରବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟର ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୭ଟି ଛାତ୍ର ନିବାସ ଓ ୧୬ଟି ଛାତ୍ରୀ ନିବାସ ପାଇଁ ଶିଳାନ୍ୟାସ କରାଯିବ ।
ତେବେ ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ୧୭ ଜଣ ମନ୍ତ୍ରୀ ଓ ୭୦ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି ।