ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ‘ସ୍ପେସ୍କିଡ୍ଜ୍ ଇଣ୍ଡିଆ’ଦ୍ୱାରା ବିକଶିତ ହୋଇଥିବା କ୍ଷୁଦ୍ର କୃତ୍ରିମ ଉପଗ୍ରହ(ନାନୋସାଟେଲାଇଟ୍) ‘ସତୀଶ ଧାଓ୍ଵନ୍ କୃତ୍ରିମ ଉପଗ୍ରହ’ ନିଜ ସାଥିରେ ପବିତ୍ର ଗ୍ରନ୍ଥ ଭଗବତ ଗୀତା, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିତ୍ର ସହ ୨୫,୦୦୦ ସାଧାରଣ ଲୋକଙ୍କ ନାମ ଧରି ମହାକାଶକୁ ଉତ୍କ୍ଷେପଣ ହେବାକୁ ଯାଉଛି । ତେବେ ଚଳିତ ମାସର ଶେଷ ସପ୍ତାହ ସୁଦ୍ଧା ଏହି ସାଟେଲାଇଟ୍ ମହାକାଶକୁ ଯାତ୍ରା କରିବ ।
‘ସ୍ପେସ୍କିଡ୍ଜ୍ ଇଣ୍ଡିଆ’ ସଂସ୍ଥା ଦ୍ଵାରା ମହାକାଶ ବିଜ୍ଞାନ ପ୍ରତି ଲୋକମାନଙ୍କ ଇଚ୍ଛାଶକ୍ତିକୁ ବଢାଇବା ପାଇଁ ଏହି ନାମ ଗୁଡିକୁ ମହାକାଶକୁ ପଠାଯାଉଛି ବୋଲି କହିଛନ୍ତି ଏହି ସଂସ୍ଥାର ସିଇଓ ତଥା ପ୍ରତିଷ୍ଠାତା ଶ୍ରୀମଥି କେଶନ । ସେ ଆଉ ମଧ୍ୟ କହିଛନ୍ତି ଯେ, ଏହି ମିଶନ ପାଇଁ ଯେତେବେଳେ ଲୋକମାନଙ୍କୁ ନିଜ ନାମ ଦେବାକୁ କହିଥିଲୁ ମାତ୍ର ଏକ ସପ୍ତାହ ମଧ୍ୟରେ ମହାକାଶକୁ ପ୍ରେରଣ କରିବାକୁ ୨୫,୦୦୦ ଲୋକ ନିଜର ନାମ ଦେଇଥିଲେ ଓ ସେଥି ମଧ୍ୟରୁ ଦେଶ ବାହାରୁ ହଜାର ନାମ ଥିଲା ।