ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ମହିଳା ଭାବେ କର୍ଣ୍ଣାଟକର ରଶ୍ମୀ ସାମନ୍ତ ଅକ୍ସଫୋର୍ଡ ଷ୍ଟୁଡେଣ୍ଟ ୟୁନିୟନର ଅଧ୍ୟକ୍ଷ ଭାବେ ଚୟନ ହୋଇ ଭାରତକୁ ଗର୍ବିତ କରିପାରିଛନ୍ତି । ରଶ୍ମୀ ହେଉଛନ୍ତି ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନେଲୋଜିର ପୂର୍ବତନ ଛାତ୍ରୀ । ଅକ୍ସଫୋର୍ଡ ୟୁନିଭର୍ସିଟିର ଅଫିସିଆଲ ଓ୍ବେବସାଇଟର ସୂଚନା ଅନୁଯାୟୀ, ଏହି ପଦ ପାଇଁ ତିନିଜଣ ଆଶାୟୀ ପାର୍ଥୀ ଥିଲେ ।ତେବେ ସେହି ତିନି ଜଣଙ୍କ ଠାରୁ ରଶ୍ମୀଙ୍କୁ ସବୁଠୁ ଅଧିକ ଭୋଟ ମିଳିଥିଲା । ସଂଘର ଅଧ୍ୟକ୍ଷ ପଦ ପାଇଁ ଦିଆଯାଇଥିବା ୩,୭୦୮ ରୁ ରଶ୍ମୀ ୧,୯୬୬ ଭୋଟ ପାଇଥିଲେ, ଯାହାକି ଅନ୍ୟ ପ୍ରତିନିଧିଙ୍କଠାରୁ ଅଧିକ ଥିଲା ।
ରଶ୍ମୀ ଅକ୍ସଫୋଡ ବିଶ୍ବବିଦ୍ୟାଳୟର ଲିନକେୟାର କଲେଜରେ ଏନର୍ଜି ସିଷ୍ଟମରେ ଏମଏସସିର ଛାତ୍ରୀ । ସେ ଚାରୋଟି ମୁଖ୍ୟ ପ୍ରାଥମିକତାକୁ ସାମନାରେ ରଖି ଅକ୍ସଫୋର୍ଡ ଏସୟୁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଡିଥିଲେ, ଯେଉଁଥିରେ ତାଙ୍କୁ ସଫଳତା ମିଳିଛି। ନିଜର ନିର୍ବାଚନୀ ଇସ୍ତାହାରରେ ରଶ୍ମୀ ୟୁନିଭର୍ସିଟି ଓ କଲେଜରେ କନଫ୍ରେନ୍ସରେ ସାମ୍ରାଜ୍ୟବାଦୀ ପ୍ରତିମାକୁ ହଟାଇବାର ଦାବି କରିଥିଲେ । ଉଲ୍ଲେଖନୀୟ ଯେ, ରଶ୍ମୀଙ୍କ ବାପା ଦିନେଶ ସାମନ୍ତ ପରକଳା ଜଣେ ବିଜନେସମ୍ୟାନ୍ ଓ ତାଙ୍କର ମା ବତ୍ସଳା ଗୃହୀଣି ଅଟନ୍ତି । ରଶ୍ମୀ ମଣିପାଳ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଳୋଜି(୨୦୧୬-୨୦୨୦ ବ୍ୟାଚ୍)ର ସ୍ନାତକର ଛାତ୍ରୀଥିଲେ। ସେ ମଣିପାଲ୍ ଷ୍ଟୁଡେଣ୍ଟ କାଉନସିଲର ଟେକ୍ନିକାଲ ସଚିବ ଥିଲେ ।