ସନ୍ଷ୍ଟାର ଟିଭି ବ୍ୟୁରୋ
ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଜାରି ହେଲା ନୂତନ ଏସ୍ଓପି ।ଆଇଏଏସ୍ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏ ନେଇ ନିଷ୍ପତି ଗ୍ରହଣ କରାଯାଇଛି ।
ତେବେ ଏହି ନୂତନ ଏସଓପି ଅନୁସାରେ ଏଣିକି ସପ୍ତାହର ସାତ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ଭକ୍ତ । ରାତି ସମୟରେ ମନ୍ଦିରକୁ ସାନିଟାଇଜ କରାଯିବ ।କୋଭିଡ -୧୯ର ସମସ୍ତ ନିୟମ ପାଳନ କରିବା ବାଧ୍ୟତାମୂଳକ ଅଟେ । ମନ୍ଦିର ଭିତରେ ଓ ବାହାରେ ମାକ୍ସ ପରିଧାନ ଓ ସାମାଜିକ ଦୂରତା କରିବା ବାଧ୍ୟତାମୂଳକ ଅଟେ ।
ସେହିପରି ଭକ୍ତମାନେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ପଟେ ପ୍ରବେଶ କରି ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ ପାଇଁ ବ୍ୟବସ୍ଥା ହୋଇଛି । ସକାଳ 6 ଟା ସମସ୍ତ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ ପରେ ସୁରୁଖୁରରେ ଦର୍ଶନ ଚାଲିଛି । ସେହିପରି ଆଜି ଠାରୁ ଆନନ୍ଦ ବଜାରରେ ଏଣିକି ଭକ୍ତ ବସି ମହାପ୍ରସାଦ ସେବନ କରିପାରିବେ । ଶ୍ରୀମନ୍ଦିର ଭିତରେ ପାନ ଛେପ ପକାଇବା ଉପରେ 1000 ଟଙ୍କା ଜରିମାନା କରାଯିବ । ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ମୁକ୍ତ କରାଯିବ । ପଲିଥିନ ବ୍ୟାଗ ବ୍ୟବହାର କଲେ 100 ଟଙ୍କା ଜୋରିମାନା ହେବ ।