କେନ୍ଦ୍ରାପଡ଼ା ରାଜକନିକା ଥାନା ପରିସରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଥାନା ଗେଟ ଠେଲି ଧଷେଇ ପଶିଲେ ଗ୍ରାମବାସୀ। ସୂଚନା ମୁତାବକ ରାଜକନିକା ଥାନା ପଛପଟେ ଥିବା ବିଲିୟନ ୱାଟର ସପ୍ଲାଇ କମ୍ପାନୀରେ ରାଜକନିକା ଖଣ୍ଡେଇତା ଗାଁର ଶ୍ରୀକାନ୍ତ ରାଉତ ଦୁଇବର୍ଷ ହେବ କାମ କରୁଥିଲେ। କମ୍ପାନୀ ଭିତରେ ମାଲିକ ମହିଳା ମାନଙ୍କ ସହିତ ଅନୈତିକ କାର୍ଯ୍ୟ କରୁଥିବା ବେଳେ ଶ୍ରୀକାନ୍ତ ଏହାକୁ ଦେଖିଦେବାରୁ ତାକୁ ରାସ୍ତାରୁ ହଟାଇବା ପାଇଁ କମ୍ପାନୀ ମାଲିକ ହତ୍ୟା କରିଥିବା ଅଭିଯୋଗ କରିଥିଲେ ଶ୍ରୀକାନ୍ତଙ୍କର ପରିବାର। ଗତ ୧୧ତାରିଖ ଦିନ ମୃତ୍ୟୁ ଶ୍ରୀକାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେତେବେଳେ ରାଜକନିକା ଥାନା ଅଧିକାରୀ ତୁରନ୍ତ ଆଶାମୀଙ୍କୁ ଧରିବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ପୋଲିସର ନାକାମୀ ଯୋଗୁଁ ଆଜି ଖଣ୍ଡେଇତା ଗାଁର ସତାଧିକ ମହିଳା ପୁରୁଷ ନ୍ୟାୟ ଦାବିକରୀ ଥାନା ଆଗରେ ବିକ୍ଷୋଭ କରିବା ସହ ରାଜକନିକା ଥାନା ଗେଟ ଭାଙ୍ଗି ଧଷେଇ ପଶି ଥାନା ପରିସରରେ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି।