ଗାଁରେ ଦନ୍ତା ଆତଙ୍କ । ଶୋଇଥିବା ବେଳେ ଜଣେ ମହିଳାଙ୍କୁ ଘରୁ ଟାଣିଆଣି ଦଳି ଦେଇଛି ଦନ୍ତା ହାତୀ । ଏହି ଘଟଣାଟି ଦେବଗଡ ଜିଲ୍ଲା ରିଆମାଳ ବନାଞ୍ଚଳ ତିଳେଇପଶି ଗାଁରେ ଘଟିଛି । ଦନ୍ତା ଆକ୍ରମଣରେ ସ୍ୱାମୀ ଓ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣକ ପୂଜା ମାହାର ବୋଲି ଜଣାପଡିଛି ।
ସୂଚନାନୁଯାୟୀ, ତିଳେଇପଶି ଗୁଦୁରାସାହିରେ ମହିଳା ଜଣକ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଦନ୍ତା ଘର ଭାଙ୍ଗିଦେଇଥିଲା । ଏହାପରେ ମହିଳାଙ୍କୁ ଦଳି ଚକଟି ମାରିଦେଇଥିଲା । ଏହି ଘଟଣାରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ୱାମୀ ଓ ଦୁଇ ପୁଅ । ତେବେ ହାତୀର ଏହି ଉତ୍ପାତକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଘଟଣାସ୍ଥଳରେ ବନବିଭାଗ ଓ ପୋଲିସର ତଦନ୍ତ ଜାରି ରହିଛି ।
ଦନ୍ତା ଆତଙ୍କ । ଶୋଇଥିବା ବେଳେ ଜଣେ ମହିଳାଙ୍କୁ ଘରୁ ଟାଣିଆଣି ଦଳି ଦେଇଛି ଦନ୍ତା ହାତୀ । ଏହି ଘଟଣାଟି ଦେବଗଡ ଜିଲ୍ଲା ରିଆମାଳ ବନାଞ୍ଚଳ ତିଳେଇପଶି ଗାଁରେ ଘଟିଛି । ଦନ୍ତା ଆକ୍ରମଣରେ ସ୍ୱାମୀ ଓ ଦୁଇ ପୁଅ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣକ ପୂଜା ମାହାର ବୋଲି ଜଣାପଡିଛି ।