କେଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ମଲିସାହାଡ଼ା ମୁସଲିମ ବସ୍ତିରେ ପିଲା ଖେଳରୁ ଘଟିଛି ଗୋଷ୍ଠି ସଂଘର୍ଷ। ଉଭୟ ପକ୍ଷର ପାଞ୍ଚରୁ ଉର୍ଦ୍ଧ୍ବ ଆହତ ହୋଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚିବା ପରେ ଗୁରୁତର ଅବସ୍ଥାରେ ପାଞ୍ଚ ଜଣଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି। ଏନେଇ ଉଭୟ ପକ୍ଷରୁ ରାଜକନିକା ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ପିଲା ଖେଳରୁ ଏହି ସଂଘର୍ଷ ହୋଇଥିବା ବେଳେ ପୂର୍ବ ଶତ୍ରୁତା କାରଣ ଥିବା ଜଣା ପଡିଛି। ତେବେ ଗୋଟିଏ ପକ୍ଷର ଏସ କେ ଆଲ୍ଲାଉଦ୍ଧିନ, ଏସ କେ କାଦିରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଏସ କେ ଜାଖୀର ଆହତ ଅବସ୍ଥାରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି ସେହି ପରି ଅନ୍ୟ ପକ୍ଷର ଫୁଲ ବିବି, ତସିନ ବିବି, ମୀର ଇବ୍ରାହିମଙ୍କୁ କଟକ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଥିବା ବେଳେ ଅନ୍ୟ ଗୋଷ୍ଠିର ପ୍ରତିକ୍ରିୟା ମିଳିପାରିନାହିଁ ।