ଆସନ୍ତା ୨୨ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ଓଡ଼ିଶାରେ ରହିବେ ଗୃହମନ୍ତ୍ରୀ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ୨୨ ତାରିଖରେ ସମ୍ବଲପୁରରେ କାର୍ଯ୍ୟକ୍ରମ ରହିଥିବା ବେଳେ ୨୩ ତାରିଖରେ ଭୁବନେଶ୍ବର ଓ ପୁରୀରେ ଗୃହମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି । ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଆଜି ସମ୍ବଲପୁରରେ ବିଜେପିର ପ୍ରସ୍ତୁତି ବୈଠକ ହୋଇଛି । ବୈଠକରେ ୫ଟି ଲୋକସଭା ମଣ୍ଡଳୀର ଜିଲ୍ଲା ସଭାପତି, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ, ବିଧାୟକ ଜୟ ନାରାୟଣ ମିଶ୍ର, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲଙ୍କ ସହ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଅଛନ୍ତି ।