ବର୍ତ୍ତମାନ ଖୁବ ଚଳ ଚଞ୍ଚଳ ଓଡିଆ ସିନେଜଗତ। ବିଗତ ଦିନରେ ଭଲ ଭଲ କାହାଣୀକୁ ନେଇ ଅନେକ ଫିଲ୍ମ ରିଲିଜ ହୋଇଛି ଯାହା ସିନେପ୍ରେମୀଙ୍କ ମନକୁ ଛୁଇଁବା ସହିତ ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ ଦେଇଛି l ତେଣୁ ଏହି ଧାରାରେ ନିର୍ମିତ ହୋଇଛି ଘମାଘୋଟ । ଅନେକ ଦିନରୁ ଚର୍ଚ୍ଚାରେ ଥିବା ଫିଲ୍ମ ‘ଘମାଘୋଟ’ରେ ଭରି ରହିଛି ଧମାକାଦାର ଆକ୍ସନ ସହିତ ରୋଚକ କାହାଣୀ । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦ୍ଦେଶକ ରାଜା ଡି. ଏବଂ ପ୍ରଯୋଜନା କରିଛନ୍ତି କୌଶିକ ଦାସ । ସହ ପ୍ରଯୋଜନାରେ ରହିଛନ୍ତି କୌସ୍ତଭ ଦାସ ଓ ରାମ ପଟ୍ଟନାୟକ । ଫିଲ୍ମରେ ଅଛନ୍ତି ଅନେକ ଷ୍ଟାରକାଷ୍ଟ ଯାହାଙ୍କୁ ଆପଣ ଆଗରୁ ଅନେକ ଭଲପାଇବା ଦେଇ ସାରିଛନ୍ତି ।
୫ଶହ କଳାକାରଙ୍କୁ ନେଇ ନିର୍ମାଣ ହୋଇଛି ଘମାଘୋଟ l ଯାହାକି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ପ୍ରଥମ l ଘମାଘୋଟ ଓଲିଉଡ଼ ର ପ୍ରଥମ ଚଳଚ୍ଚିତ୍ର ଯାହାକୁ ମାଲାୟଲାମ ଭାଷାରେ ମୁକ୍ତିଲାଭ କରିବା ପାଇଁ ପ୍ରସ୍ତାବ ଆସିଛି l କୌସ୍ତୁଭ ଡ୍ରିମ୍ ୱାର୍କ ଷ୍ଟୁଡ଼ିଓ ବ୍ୟାନର ରେ ନିର୍ମିତ ହୋଇଥିବା ଆକ୍ସନ ଫିଲ୍ମ ଘମାଘୋଟ ଓଡ଼ିଶାର ୪୫ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l ଭୁବନେଶ୍ୱର ମହାରାଜା ହଲ୍ ରେ ଏହାର ପ୍ରିମିୟର ଶୋ ହୋଇଥିଲା l ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ ସମସ୍ତ ଅଭିନେତା, ଅଭିନେତ୍ରୀଙ୍କ ସମେତ ଓଲିଉଡ଼ ଇଣ୍ଡଷ୍ଟ୍ରିର ସମସ୍ତ ସିନେପ୍ରେମୀ ଉପସ୍ଥିତ ରହି ପୁରା ଫିଲ୍ମଟିକୁ ଉପଭୋଗ କରିଥିଲେ।
ତେବେ ଫିଲ୍ମକୁ ନେଇ ନିର୍ମାତା ଖୁବ ଆଶାବାଦୀ ରହିଛନ୍ତି ଓ ଏହି ଫିଲ୍ମର କାହାଣୀ ଓ ବିଷୟବସ୍ତୁ ପ୍ରତ୍ୟେକ ଓଡଆଙ୍କ ମନକୁ ଛୁଇଁବ ବୋଲି ଆଶା ଓ ବିଶ୍ବାସ ରଖିବା ସହିତ ମତ ରଖିଛନ୍ତି l ଫିଲ୍ମର ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ରହିଛନ୍ତି l