ପୁଣି ଭାଙ୍ଗିଲା ଦିଲ୍ଲୀ କ୍ୟାପିଟାଲ୍ସର ହୃଦୟ । ଲଗାତାର ତୃତୀୟ ଥର ଫାଇନାଲକୁ ଯାଇ ମଧ୍ୟ ମହିଳା ପ୍ରିମିୟର ଲିଗ ଟ୍ରଫି ହାତେଇ ପାରିଲା ନାହିଁ ଡିସି । ଦ୍ବିତୀୟ ଥର ପାଇଁ ଡବ୍ଲୁପିଏଲ ଟ୍ରଫି ଉଠାଇଲା ମୁମ୍ବାଇ ଇଣ୍ଡିଆନ୍ସ । 8 ରନରେ ଦିଲ୍ଲୀକୁ ପରାସ୍ତ କରି ତୃତୀୟ ସିଜିନର ଚମ୍ପିଆନ ହୋଇଛି ମୁମ୍ବାଇ । ଗତକାଲି ମୁମ୍ବାଇର ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ହର୍ମନପ୍ରିତ କୌର ମ୍ୟାନ ଅଫଦ ମ୍ୟାଚ ବିବେଚିତ ହୋଇଥିଲା ବେଳେ ନାଟ ସ୍କିଭର ବ୍ରଣ୍ଟ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଭାବେ ବିବେଚତି କରାଯାଇଥିଲା ।
ମୁମ୍ବାଇର ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଗତକାଲି ଡିସି ଓ ମୁମ୍ବାଇ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମେଗ ଲାନିନଙ୍କ ଦଳ । ଯାହା ପରେ ଦଳ ପାଇଁ କାଳ ସାବ୍ୟସ୍ତ ହୋଇଥିଲା । ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରି 20 ଓଭରରେ 7 ଓ୍ବିକେଟ ହରାଇ 149 ରନ କରିଥିଲା । ଜାବାବରେ ଦିଲ୍ଲୀ କ୍ୟାପିଟାଲ୍ସ 20 ଓଭରରେ 9 ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ 141ରନରେ ଅଟକିଥିଲା ।