ଧୀରେ ଧୀରେ ସ୍ପଷ୍ଟ ହେଉଛି ସୁନୀତାଙ୍କ ଫେରିବା ବାଟ । ପ୍ରାୟ ୯ ମାସ ପରେ ଭୂପୃଷ୍ଠକୁ ଫେରିବେ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ସାଥି ବୁଚ୍ ଓ୍ବିଲମୋର । ଉଭୟଙ୍କୁ ଫେରାଇ ଆଣିବାକୁ ସ୍ପେଶ୍ ଷ୍ଟେସନରେ ପହଞ୍ଚିଛି କ୍ରୁ-୧୦ ସ୍ପେଶ୍ କ୍ରାଫ୍ଟ । ସ୍ପେଶ୍ ଷ୍ଟେସନରେ ଡକିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନୀତା ଓ ସାଥୀ ବ୍ୟାରି ୱିଲମୋର କ୍ରୁ-୧୦ ସ୍ପେଶ୍ କ୍ରାଫ୍ଟ ଟିମକୁ ସ୍ବାଗତ କରିଛି । ଆସନ୍ତା ୧୯ ତାରିଖ ପୂର୍ବରୁ ସୁନୀତା ଏବଂ ତାଙ୍କ ଟିମକୁ ନେଇ ଫେରିବ କ୍ରୁ-୧୦ । ଗତକାଲି ଫ୍ଲୋରିଡାର କେନେଡି ସ୍ପେଶ୍ ସେଣ୍ଟରରୁ ଏହାକୁ ଲଞ୍ଚ କରାଯାଇଥିଲା । ଫାଲକାନ-୯ ରକେଟ୍ ଦ୍ବାରା ଏହାକୁ ସ୍ପେସ୍ ଷ୍ଟେସନ ପଠାଯାଇଥିଲା । ଏଥିରେ ଆମେରିକାର ଦୁଇ ଏବଂ ଜାପାନର ଦୁଇ ମହାକାଶଚାରୀ ଅଛନ୍ତି । ସୁନୀତା ଓ ତାଙ୍କ ଟିମ୍ ଗତବର୍ଷ ଜୁନ ମାସରେ ବୋଇଂ ଷ୍ଟାରଲାଇନ ଦ୍ବାରା ନାସା ସ୍ପେଶ୍ ଷ୍ଟେସନରେ ପହଞ୍ଚିଥିଲେ ।
କିଛି ଦିନ ମଧ୍ୟରେ ସେମାନେ ସ୍ପେଶ୍ ଷ୍ଟେସନରୁ ଫେରିଥାନ୍ତେ, ମାତ୍ର ସ୍ପେଶ୍ କ୍ରାଫ୍ଟରେ ଯାନ୍ତ୍ରିକ ତୃଟି ପାଇଁ ୯ମାସ ହେଲା ସେଠାରେ ଫସିରହିଛନ୍ତି । ଏବେ ଡ୍ରଗାନ କ୍ୟାପସୁନ୍ କ୍ରୁ-୧୦ ସ୍ପେଶ୍ କ୍ରାଫ୍ଟ ଦ୍ବାରା ତାଙ୍କୁ ପୃଥିବୀକୁ ଫେରାଇ ଅଣାଯିବ । ସଫଳ ଡକିଂ ଏବଂ ହ୍ୟାଚ୍ ଖୋଲିବା ପରେ, ମହାକାଶଚାରୀମାନେ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମର୍ସଙ୍କୁ ଭେଟିଥିଲେ । ଏହି ବୈଠକର ଫୋଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଡକିଂ ପରେ କ୍ରୁ-୧୦ ସଦସ୍ୟ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମର୍ସଙ୍କୁ ଭେଟିଥିଲେ । ଏହି ସମୟରେ, ସୁନିତା ଏବଂ ୱିଲମରଙ୍କ ମୁହଁରେ ଖୁସି ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ସେମାନେ ସେମାନଙ୍କ ସାଥୀ ମହାକାଶଚାରୀଙ୍କୁ ଦେଖି ମଜା କରୁଥିବାର ଦେଖିବାକୁ ମିଳିଥିଲା । ଦୁହେଁ ସମସ୍ତଙ୍କୁ ଆଲିଙ୍ଗନ କରି ନିଜର ଖୁସି ପ୍ରକାଶ କରୁଥିବାର ଭି଼ଡିଓରେ ନଜର ରହିଛି ।