କୋରାପୁଟ ଜିଲ୍ଲାରେ ପ୍ରତ୍ୟେକ ବାଲିଘାଟରେ ରାତିରେ ଲୋଡିଙ୍ଗ ଓ ଟ୍ରାନ୍ସପୋଟିଙ୍ଗ ହେଉଛି। ତେଣୁ ସବୁବେଳେ ରାତିରେ ଗାଡ଼ି ଚଲେଇ ଚଲେଇ ଆମେ ରାସ୍ତାରେ ରହିବା ସମସ୍ୟା ଠାରୁ ସବୁବେଳେ ବିପଦ ପଥରେ ହିଁ ଗତି କରୁଛୁ। ଦିନକୁ ପ୍ରାୟ ବାଲି ଘାଟରୁ ୯ ଠାରୁ ବାହାରି ବାଟରେ କେବେ ଖାଇବା ମିଳୁଛି ତ କେବେ ନାହିଁ। ରାତି ୯ ଟାରୁ ସକାଳ ୧୦ ଭିତରେ ୧୫୦ରୁ ୨୦୦ କିମି ଯାଇ ଲୋଡିଙ୍ଗ କରିବା କଷ୍ଟକର ହେଉଛି।ଏ ଣୁ ଯଦି ରାତିରେ ବାଲି ଲୋଡିଙ୍ଗ ଓ ଟ୍ରାନ୍ସପୋର୍ଟ କାମ ହୁଏ ତାହା ହେଲେ ଆମେ ସଂପୂର୍ଣ୍ଣ ଗାଡି ଚଳେଇ ପାରିବୁ ନାହିଁ। ରାତି କାଳରେ ଥାନା ବାବୁ ମାନେ ଗାଡ଼ି ଅଟକାଇ ସିଧା ଡ୍ରାଇଭର ମାନଙ୍କୁ ହାଜାତରେ ପୁରାଇଦେଇ ଚୋର ବୋଲି ବ୍ୟବହାର କରୁଛନ୍ତି। ଆମକୁ ଗଭୀର ଆଘାତ ପହଞ୍ଚୁଛି ତେଣୁ ଏଇ ସମସ୍ୟା ବାବଦରେ କୋରାପୁଟ ଜିଲ୍ଲା ପାଳଙ୍କୁ ମୋଟର ଚାଲୋକ ସଂଘ ଦାବି ପତ୍ର ଦେଉଥିବା ସୂଚନା ମିଳିଛି। ଏସବୁର ସମାଧାନ ମଧ୍ୟ କରାଯାଉ ବୋଲି ସଂଘ ପକ୍ଷରୁ ସୂଚନା ଦେଇଛନ୍ତି। ଏହି ସବୁର ଯଥାଶୀଘ୍ର ସମାଧାନ ନ କରନ୍ତି। ତାହାହେଲେ ଆମେ ଗାଡ଼ି ଚଳାଇବା ବନ୍ଦ କରିବା ସହିତ ଜିଲ୍ଲା ପ୍ରଶାସନ ନିକଟରେ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନ ବସିବୁ ବୋଲି ସଂଘ ପକ୍ଷରୁ କହିଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଛନ୍ତି।