ହଜି ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାତରେ ଲଣ୍ଠନ ଧରି ତାଙ୍କୁ ଖୋଜୁଛନ୍ତି ବିଜେଡି ବିଧାୟକ ମାନେ । ବିଧାନସଭାରେ କୋଠରୀରୁ କୋଠରୀ ବୁଲି ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ । ଆଜି ଗୃହରେ ବିଜେପି ବିଧାୟକଙ୍କ ଗୁଣ୍ଠାରାଜ ଦେଖିବାକୁ ମିଳିଛି । ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ବୟାନକୁ ନେଇ କଂଗ୍ରେସ ବିଧାୟକମାନେ ପ୍ରତିବାଦ କରୁଥିବା ବେଳେ ବିଜେପି ବିଧାୟକ ବାଧା ଦେଇଥିଲେ । କଥା ସେତିକିରେ ସରି ନଥିଲା । ବିଜେପିର ବିବାଦୀୟ ବିଧାୟକ ବିଧାୟକ ଜୟନାରାୟଣ, ତାରାଙ୍କ କଲର ଧରି ଘୋଷାଡି ଦେବା ସହ ତାଙ୍କୁ ଠେଲାପେଲା କରିଥିଲେ । ଏହାକୁ ନେଇ ଉଭୟ ବିରୋଧୀ କଂଗ୍ରେସ ଓ ଶାସକ ବିଧାୟକଙ୍କ ମଧ୍ୟରେ ହାତହାତି ପର୍ଯ୍ୟନ୍ତ କଥା ଯାଇଥିଲା ।
ତେବେ ଗୃହ ଭିତରେ ବିଜେପି ବିଧାୟକଙ୍କ ଏମିତି ଗୁଣ୍ଡାରାଜକୁ ବିଜେଡି ବିରୋଧ କରିଛି । ଦଳର ସଦସ୍ୟମାନେ ହାତରେ ଲଣ୍ଠନ ଧରି ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ବିଜେଡିର ସମସ୍ତ ବିଧାୟକ ଲଣ୍ଠନ ଧରି ପ୍ରଥମେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଥିଲେ । ଏହାପରେ ବିଧାନସଭା ମଧ୍ୟରେ କୋଠରୀରୁ କୋଠରୀକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଛନ୍ତି । ଏନେଇ ଦଳ ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀ ହଜି ଯାଇଛନ୍ତି । ତାଙ୍କୁ ଖୋଜିବା ପାଇଁ ଲଣ୍ଠନ ଧରି ବାହାରିଛୁ ।