ରାଜଧାନୀରେ ହାତୀ ଆତଙ୍କ। ଭୁବନେଶ୍ବର ଏମ୍ସ ଅଞ୍ଚଳ କାଜୁ ବଗିଚାରେ ହାତୀ ବୁଲୁଚି। ଘଉଡ଼ାଇବାକୁ ବନବିଭାଗର ଉଦ୍ୟମ କରୁଛି। ଲୋକଙ୍କୁ ସତର୍କ ରହିବା ସହ ହାତୀ ପାଖକୁ ନଯିବାକୁ ସଚେତନ କରାଯାଉଛି। ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟରୁ ଚାଲିଆସିଛି ହାତା।
ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ହାତୀ ଠାରୁ ଦୁରେଇ ରହିବା ପାଇଁ ବନ ବିଭାଗ ଲୋକଙ୍କୁ ସଚେତନ କରୁଛି । ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ପକ୍ଷରୁ ସଚେତନ କରାଯାଉଛି । ଅନ୍ୟପକ୍ଷେ ହାତୀକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।