ବିବାହ ବନ୍ଧନରେ ବାନ୍ଧି ହେବେ ବିଜେଡି ନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ । ଆସନ୍ତା କାଲି ବିବାହ କରିବାକୁ ଯାଉଛନ୍ତି । ୪୮ ବର୍ଷୀୟ ପ୍ରଦୀପ ମାଝି ମାର୍ଚ୍ଚ ୧୨ ତାରିଖରେ ଗୋଆରେ ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରିବାକୁ ଯାଉଛନ୍ତି । ବିଳମ୍ବରେ ହେଲେ ବି ଏହି ନିଷ୍ପତି ନେଇଛନ୍ତି ପ୍ରଦୀପ । ସେ ଜଣେ ପୂର୍ବତନ ସାମ୍ବାଦିକାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଯିଏ କିଛି ସ୍ଥାନୀୟ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲରେ କାମ କରିଛନ୍ତି। ସେ ହେଉଛନ୍ତି ଶୁଶ୍ରୀ ସଙ୍ଗୀତା ସାହୁ । ତାଙ୍କ ଘର କେନ୍ଦ୍ରାପଡ଼ା ବୋଲି ସୂଚନା ମିଳିଛି । ସେ ରାଜଧାନୀର ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗରେ ପାଠପଢିଛନ୍ତି । ଏହାପରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ କାମ କରିସାରିଛନ୍ତି । ପ୍ରଦୀପ ମାଝୀ ୨୦୦୯ ମସିହାରେ କଂଗ୍ରେସ ଟିକେଟରେ ଓଡ଼ିଶାର ନବରଙ୍ଗପୁର ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ ସେ ନବରଙ୍ଗପୁର ଜିଲ୍ଲା ପରିଷଦର ସଭାପତି ଥିଲେ।ପ୍ରଦୀପ ମାଝୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବେଶ୍ ନିକଟତର ଥିଲେ। ରାଜ୍ୟ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହେବା ପୂର୍ବରୁ ସେ ଓଡିଶାରେ ଯୁବ କଂଗ୍ରେସର ସଭାପତି ଭାବରେ କାର୍ଯ୍ୟ କରିଥିଲେ।ଏହି ଆଦିବାସୀ ନେତା ୨୦୨୧ ମସିହାରେ କଂଗ୍ରେସ ଦଳ ଛାଡିବା ପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଥିଲେ।