ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ପରଲୋକ । ଭୋର ୩ଟା ୩୦ ମିନିଟରରେ ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ନିଧନ ହୋଇଛି । ମୃତ୍ଯୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ଯଜନିତ ରୋଗରେ ପିଡୀତ ହୋଇ ଭୁବନେଶ୍ବରର ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।
ଭୋଗରାଇ ବ୍ଲକ ବାଲିମ ପଞ୍ଚାୟତର କୁରୁଠିଆ ଗାଁରେ ୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଭୋଗରାଇ ବିଧାନସଭା ଆସନରୁ ଲଗାତାର ଭାବେ ୪ଥର ବିଜେଡିରୁ ବିଧାୟକ ହୋଇଥିଲେ । ପାଠ ପଢା ଶେଷ ହେବା ପରେ ଭଦ୍ରକରେ ଏଡିଏମ୍ ଭାବରେ କାର୍ଯ୍ଯ କରି ଅବସର ଗ୍ରହଣ କରିବା ପରେ ରାଜନିତୀରେ ପ୍ରବେଶ କରିଥିଲେ । ୨୦୦୪ ମସିହାରେ ବିଜେଡି ଟିକେଟରେ ନିର୍ବାଚନ ଲଢି ବିଜୟ ଲାଭ କରିବା ପରେ ଲଗାତାର ୪ ଥର ବିଧାୟକ ହୋଇଥିଲେ ।