କେନାଲ ଲାଇଲିଙ୍ଗ କାମରେ ମହା ଘୋଟଲା ଅଭିଯୋଗ । ମୋରମ ବଦଳରେ ପଥର ଗୁଣ୍ଡ ପକାଇ ଚାଲୁଛି କେନାଲ କାମ । ନିମ୍ନ ମାନର କାମ ଅଭିଯୋଗର ମୁଖ୍ୟ କାରଣ ସାମ୍ବାଦିକ ଓ ଗ୍ରାମବାସୀ ମାନଙ୍କୁ ପିସି ଦିଆଯାଉଛି ବୋଲି ଚାଞ୍ଚଲ୍ୟ କର କଥା କହିଛନ୍ତି ଓସିସି ଯନ୍ତ୍ରୀ ଅମିତ ବେହେରା। ଖରାପ କାମ ପାଇଁ ଖାଲି ସାମ୍ବାଦିକ ନୁହେଁ ବରଂ ଗାଁ ଲୋକ ମଧ୍ୟ ଦାୟୀ ବୋଲି ଦାୟିତ୍ୱରେ ଥିବା ଜେଇ ବାବୁ କହିବା ପରେ କାମର ସ୍ଵଚ୍ଛତା ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ ପୁରୀ ଜିଲ୍ଲା ଡେଲାଙ୍ଗ ଡିଷ୍ଟିବୁଟାରୀ କେନାଲ ଲାଇଲିଙ୍ଗ କାମ ଚାଲୁଛି । ପ୍ରାୟ ୭କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି କେନାଲ କାମ ଅତି ନିମ୍ନ ମାନର । ମୋରମ ପରିବର୍ତ୍ତେ ପଥର ଗୁଣ୍ଡରେ କାମ ହେବା ସହିତ କଂକ୍ରିଟ କାମ ଅତି ନିମ୍ନ ମାନର ହେବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏପରିକି ନିମ୍ନ ମାନର କାମ ପାଇଁ କାମ ବନ୍ଦ କରିଥିଲେ ସ୍ଥାନୀୟ ଜନସାଧାରଣ । ମାତ୍ର କେନାଲର ଅଵଶ୍ୟକତା କୁ ଦୃଷ୍ଟିରେ ରଖି ଚାଷୀ ମାନେ ନିମ୍ନ ମାନର କାମ ପରିବର୍ତ୍ତେ ଉନ୍ନତ ମାନର କାମ କରିବା ର ପ୍ରତିଶୁତି ପରେ କାମ ଆରମ୍ଭ ହୋଇଥିଲା। ମାତ୍ର ପୁନର୍ବାର ନିମ୍ନ ମାନର କାମ କରି କୋଟି କୋଟି ଟଙ୍କା ହରିଲୁଟ କରାଯାଉଥିବା ଅଭିଯୋଗ ଆସିବା ପରେ ଦାୟିତ୍ୱ ରେ ଥିବା ଜେଇ ଙ୍କ ର ମିଡ଼ିଆ ସମ୍ମୁଖରେ ଖୁଲମ ଖୁଲା ଦେଇଥିବା ଏଭଳି ବୟାନ କାମ ରେ କେତେ ସ୍ୱଚ୍ଛତା ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜେଇଙ୍କର ଏଭଳି ବୟାନ ପରେ କାମରେ ଜେଇ ଉପସ୍ଥିତ ରହୁ ନଥିବା, ଠିକାଦାର ମନମୁଖୀ କାମ କରୁଥିବା, ଜେଇ ଓ ଠିକାଦାର ଙ୍କମଧୁ ଚନ୍ଦ୍ରିକା ପାଇଁ କାମ ନିମ୍ନ ମାନର ହେଉଛି ବୋଲି ଗ୍ରାମବାସୀ କହିଥିବା ବେଳେ ଜେଇ ପିସି ପାଇଁ କାମ ଖରାପ ହେଉଛି ବୋଲି ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଛନ୍ତି। ଅନ୍ୟପଟେ ଓସିସିର ଜେଇ ଏ ନେଇ କ୍ୟାମେରା ସାମ୍ନାରେ ଗ୍ରାମବାସୀ ଓ ସାମ୍ବାଦିକଙ୍କୁ ଟଙ୍କା ଦିଆଯାଉଛି କହିବା ପରେ ପ୍ରତିକିୟାଶୀଳ ହୋଇଛନ୍ତି କର୍ତ୍ତବ୍ୟ ରତ ସାମ୍ବାଦିକ। ଜେଇଙ୍କ ବିରୁଦ୍ଧରେ ଡେଲାଙ୍ଗ ଥାନାରେ ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି।