ରାଜକନିକା ଥାନା ଅନ୍ତର୍ଗତ ହରିହର ପୁର ସାଶନ ଗାଁର ଟିଟନ ନାଥ ଜଣେ ଯାତ୍ରା କଳାକାର ଭାବରେ ଭଦ୍ରକ ମଞ୍ଜୁରୀ ରୋଡ଼ରେ ଥିବା ମଧୁ ବାସନ୍ତୀ ଗଣନାଟ୍ୟରେ ୨୦୨୪-୨୫ ମସିହା ପାଇଁ ବାର୍ଷିକ ଦେଢ଼ଲକ୍ଷ ଟଙ୍କାରେ ଚୁକ୍ତି କରି ଯୋଗ ଦେଇଥିଲେ। ଦୁଇଦିନ ତଳେ ଏହି ଯାତ୍ରା ଅନୁଷ୍ଠାନ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ସଂସାରଫଳଠାରେ ଯାତ୍ରା ପରିବେଷଣ କରୁଥିବା ସୂଚନା ରହିଛି। ଯାତ୍ରାରେ ଅଭିନୟ ସାରି ଟିଟନ ମାଲିକଙ୍କୁ ବକେୟା ପାଉଣା ମାଗିବାରୁ ମାଲିକ ପାଉଣା ଦେବା ପରିଵର୍ତ୍ତେ ଆଶାଳୀନ ଭାଷାରେ ତାଙ୍କୁ ଗାଳି ଗୁଲଜ କରିବା ସହ ସହକର୍ମୀଙ୍କୁ ଲଗାଇ ଟିଟଙ୍କୁ ମାଡ଼ ମାରିଥିଲେ। ଟିଟନ ନିଜ ଜୀବନ ବଞ୍ଚାଇ ଗାଁ ଫେରିଆସି ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ୠଜୁ କରୀ ସମ୍ପୃକ୍ତ ଯାତ୍ରା ଅନୁଷ୍ଠାନର ମାଲିକ ବାବୁଲି ବାବୁ ଓ ସହକର୍ମୀ ଚନ୍ଦନ ବାବୁଙ୍କୁ ପଚରାଉଚରା କରିବା ପାଇଁ ଡ଼କାଇଥିବା ସୂଚନା ମିଳିଛି। ତେବେ ଏଠି ପ୍ରକାଶ ଥାଉ ଓଡିଆ ପରମ୍ପରା ଓ ସଂସ୍କୃତି କୁ ବହନ କରୁଥିବା ଯାତ୍ରା ଅନୁଷ୍ଠାନ ମାନଙ୍କରେ ଏବେ ଯେଉଁ ବିବାଦ ମୁଣ୍ଡ ଟେକୁଛି ଲାଗୁଛି ଆଉ ଯାତ୍ରା ପରମ୍ପରା ବଞ୍ଚି ପାରିବିନି ବୋଲି ରାଜକନିକା ର ବୁଦ୍ଧିଜୀବୀ ଓ ବରିଷ୍ଟ ନାଗରିକ ମାନେ ନିନ୍ଦା କରିଛନ୍ତି।