ପଞ୍ଚାୟତ ସମିତି ବୈଠକ କୁ ବର୍ଜନ କଲେ ଜନ ପ୍ରତିନିଧି । କୋରମ ଅଭାବରୁ ବାତିଲ ହେଲା ପଞ୍ଚାୟତ ସମିତି ସାଧାରଣ ବୈଠକ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ରେ ଗତକାଲି ସପ୍ତମ ଅଧିବେଶନ ବୈଠକ ରହିଥିବା ବେଳେ ଏଥିରେ ଜନପ୍ରତିନିଧି ଅସନ୍ତୋଷ ପ୍ରକାଶ କରି ଯୋଗ ଦେଇନଥିଲେ। ଫଳରେ ଡେଲାଙ୍ଗ ବ୍ଲକ୍ ର ସପ୍ତମ ଅଧିବେଶନ ବୈଠକ ବାତିଲ ହୋଇଥିଲା। ପ୍ରଶାସନିକ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ସହିତ ରାଜନୈତିକ ଚାପରେ ବାରମ୍ବାର ପ୍ରକଳ୍ପ କାର୍ଯ୍ୟ ତାଲିକା ପରିବର୍ତ୍ତନ କୁ ବିରୋଧ କରିଥିଲେ ଜନପ୍ରତିନିଧି। ପଲ୍ଲୀସଭା ଓ ଗ୍ରାମସଭା ର ନିଷ୍ପତ୍ତି କୁ ପରିବର୍ତ୍ତନ କରାଯାଇ ପାଞ୍ଚ ବର୍ଷିୟା ଖସଡ଼ା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛନ୍ତି ଅସନ୍ତୁଷ୍ଟ ଜନପ୍ରତିନିଧି । ଗତକାଲି ଡେଲାଙ୍ଗ ସାଧାରଣ ବୈଠକ ରେ ବିକଶିତ ଗାଁ ବିକଶିତ ଓଡ଼ିଶାର ପାଞ୍ଚ ବର୍ଷିୟା ପ୍ରକଳ୍ପର ଖସଡ଼ା ପ୍ରସ୍ତୁତି ହୋଇଥାନ୍ତା । କିନ୍ତୁ ହିନ ରାଜନିତୀ ଚାପରେ ପ୍ରଶାସନିକ ଅଧିକାରୀ ଡେଲାଙ୍ଗ ବିକାଶ ରେ ବାଧକ ସାଜିଛନ୍ତି ବୋଲି କହିଛନ୍ତି ଅସନ୍ତୁଷ୍ଟ ଜନପ୍ରତିନିଧି।