ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଆୟୋଜିତ ବଲ୍ଲଦା ବକ୍ସାଇଟ୍ ଖଣି ପାଇଁ ଜନ ଶୁଣାଣୀ ଗତକାଲି ସଫଳତାର ସହିତ ଅନୁଷ୍ଠିତ ହୋଇଛି। କଳିଙ୍ଗ ଆଲୁମିନା ଲିମିଟେଡ୍କୁ ଓଡିଶାର କୋରାପୁଟ ଜିଲ୍ଲାରେ ୧୪୪.୯୪୫ ହେକ୍ଟର୍ ଅଞ୍ଚଳରେ ବ୍ୟାପ୍ତ ବଲ୍ଳଦା ବକ୍ସାଇଟ୍ ଖଣି ଆବଂଟନ କରାଯାଇଛି । ନନ୍ଦପୁର ତହସିଲର ପାର୍ଶ୍ୱବର୍ତୀ ଭେଜା , ବଲ୍ଲଦା, ବଡେଲ, ଅତଣ୍ଡା, ଏବଂ କୁଲାବୀର ଗ୍ରାମ ପଞ୍ଚାୟତର ହଜାର ହଜାର ଗ୍ରାମବାସୀ ଏହି ଜନଶୁଣାଣୀରେ ଯୋଗ ଦେଇଥିଲେ। ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କୋରାପୁଟ ଅଞ୍ଚଳ ଅଧିକାରୀ ଦୀପେଶ୍ ବିଶ୍ୱାଳ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ଆଲୋମଣି ସେଠୀ ଏହି ସଭାକୁ ସଭାପତିତ୍ୱ କରିଥିଲେ।
ଅଧିକାରୀମାନେ ସେମାନଙ୍କର ମତାମତ ଦେବା ସହ ପ୍ରକଳ୍ପର ସମ୍ଭାବ୍ୟ ବିକାଶ ଏବଂ ନିଯୁକ୍ତି ସୁଯୋଗ ବିଷୟର ପ୍ରଶ୍ନଗୁଡ଼ିକର ସମାଧାନ କରିଥିଲେ। ଏହା ନିଯୁକ୍ତି ସୃଷ୍ଟି ଏବଂ ‘ମେକ୍ ଇନ୍ ଇଣ୍ଡିଆ’କୁ ପ୍ରୋତ୍ସାହନ ଦେଇ ରାଜ୍ୟ ସରକାରଙ୍କ ବିକାଶକୁ ଉନ୍ନତ କରିବାରେ ସହାୟକ ହେବ । ଏହା ଛଡ଼ା ଖନନରୁ ଅର୍ଜିତ ରାଜସ୍ୱ ରାଜ୍ୟ ସରକାରଙ୍କ ଦ୍ୱାରା ଆହୁରି ବିକାଶମୂଳକ ପଦକ୍ଷେପରେ ବିନିଯୋଗ କରାଯିବ ।
ଏଥିରେ ମହିଳାଙ୍କୁ ସାମିଲ କରି ଅନୁସୂଚିତ ଜନଜାତି ପରିବାରମାନଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ, ଯାହା ସ୍ଥାନୀୟ ଲୋକଙ୍କର ସାମାଜିକ-ଆର୍ଥକ ସ୍ଥିତିକୁ ଉନ୍ନତ କରିବ । କଳିଙ୍ଗ ଆଲୁମିନା ଅଧିକାରୀ ବଲ୍ଲଦା ପ୍ରକଳ୍ପ ଏବଂ ଅଂଚଳ ପାଇଁ ଏହାର ଉଲ୍ଲେଖନୀୟ ଲାଭ ବିଷୟରେ ଏକ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।