ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରଦ୍ଧା କ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଲୁଟ୍। ଦୁର୍ବୁତ୍ତ ମାନେ ମନ୍ଦିରର ମୁଖ୍ୟ ଗେଟର ତାଲା ଭାଙ୍ଗି ହୁଣ୍ଡି ବାକ୍ସ ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିଛନ୍ତି। ସୁଚନା ଅନୁଯାୟୀ ମନ୍ଦିରର ବଡ଼ ନନା ପୁଜାର୍ଚନା ସାରି ମନ୍ଦିରର ମୁଖ୍ୟ ଫାଟକରେ ତାଲା ପକାଇ ଘରକୁ ଯାଇଥିଲେ କିନ୍ତୁ ସକାଳୁ ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଲା ବେଳକୁ ମନ୍ଦିରର ମୁଖ୍ୟ ଫାଟକର ତାଲାକୁ କାଟି ଦୁର୍ବୃତ୍ତ ମାନେ ଭିତରକୁ ପଶି ହୁଣ୍ଡି ବାକ୍ସକୁ ଭାଙ୍ଗି ଲୁଟ କରିଛନ୍ତି। ଏନେଇ ବାଲିଆପାଳ ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୁର୍ତ୍ତ ମାନେ କେତେ ଟଙ୍କା ଲୁଟ କରିଛନ୍ତି ତାର ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଦିନକୁ ଦିନ ବାଲିଆପାଳ ଅଞ୍ଚଳରେ ଏଭଳି ଚୋରି ବୃଦ୍ଧି ପାଉଥିବାରୁ ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ପାଇଁ ଦାବି କରିଛନ୍ତି ଲୋକେ।