ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନ ବିରୁଦ୍ଧରେ ସାରା ରାଜ୍ୟ ପରି ଚାନ୍ଦବାଲିରେ ଗର୍ଜିଲା ବିଜେଡ଼ି। ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଳକ ସମ୍ମୁଖରେ ବିଜୁ ଜନତା ଦଳର ଶହ ଶହ ନେତା ଓ କର୍ମୀ ଯୋଗ ଦେଇ ଓଡ଼ିଶା ସରକାରଙ୍କ ହୀନ ରାଜନୀତିକୁ ସମାଲୋଚନା କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଏପରି ନିଷ୍ପତ୍ତି ପ୍ରତ୍ୟାହାର ଜରିବାକୁ ଦାବି କରିଛନ୍ତି ।