ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ରାଜ୍ୟସ୍ତରରୁ ଆରମ୍ଭ କରି, ନିର୍ବାଚନମଣ୍ଡଳୀ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବସ୍ତା ନିର୍ବାଚନମଣ୍ଡଳୀ ପକ୍ଷରୁ ବାଲିଆପାଳ ବ୍ଲକ ଲଙ୍ଗଳେଶ୍ୱର ଠାରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ଏକ ସାଧାରଣ ସଭା ଓ ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଅବଦାନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ବାଲିଆପାଳ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗଦାନ କରି ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ବିଜୁ ବାବୁ ଥିଲେ ଆଧୁନିକ ଓଡ଼ିଶାର ବିଶ୍ଵକର୍ମା। ତାଙ୍କର ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଦିଗରେ ତାଙ୍କର ଅବଦାନ ଅବିସ୍ମରଣୀୟ ତେଣୁ ଏକ ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ ବୋଲି ବିଧାୟିକା ଶ୍ରୀମତୀ ଜେନା କହିଥିଲେ l ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗ ଦେଇ ଆଧୁନିକ ଓଡ଼ିଶାର ନିର୍ମାଣ ବିଜୁ ବାବୁଙ୍କ ବିନା କଳ୍ପନା କରାଯାଇପାରେନା । ବିଜୁ ବାବୁ ଯେଉଁ ବିକାଶ ମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ ପରବର୍ତ୍ତୀ ଅବସ୍ଥାରେ ନବୀନ ପଟ୍ଟନାୟକ ତାକୁ ଆହୁରି ଆଗକୁ ନେଇ ଉଚ୍ଚ ଶିଖରରେ ପହଞ୍ଚିଥିଲେ ତେଣୁ ସେହି ମହାନ ଜଣ ନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଦଳୀୟ କର୍ମୀ ମାନଙ୍କୁ ଆହ୍ୱାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ବେଣୁଧର ଜେନା, ସୁଜାତା ରାଣୀ ଦଣ୍ଡପାଟ, ବରିଷ୍ଠ ନେତା ଚକ୍ରଧର ଗିରି,ସୁବ୍ରତ କୁମାର ପଣ୍ଡା, ମହେଶ୍ୱର ଜେନା,ପ୍ରଦୀପ ବିଶ୍ୱାଳ, ଜୟ ପ୍ରକାଶ ବେହେରା, ଅଞ୍ଜନ ଦଣ୍ଡପାଟ,ଅଜୟ କୁମାର ସାମଲ,ଅଜୟ କୁମାର ପାତ୍ର,ପୂର୍ଣ୍ଣ ଚନ୍ଦ୍ର ଜେନା, ସୁଶାନ୍ତ ଗିରି, ମୃତ୍ୟୁଞ୍ଜୟ ନାୟକ, ଭଗବାନ ଗିରି,ପ୍ରଫୁଲ୍ଲ ପାତ୍ର,ମନ୍ମଥ ଗିରି, କମଲଲୋଚନ କର,
ହରେକୃଷ୍ଣ ଜେନା, ସନ୍ତୋଷ କୁମାର ଗିରି, ମନ୍ମଥ ବାରିକ ପ୍ରମୁଖ ବହୁ ନେତୃବୃନ୍ଦ ଯୋଗ ଦେଇ ସ୍ବର୍ଗତ ବିଜୁ ବାବୁ ଙ୍କ ସ୍ମୃତିଚାରଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବସ୍ତା ଏବଂ ବାଲିଆପାଳ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳର ସଦସ୍ୟ ସଦସ୍ୟା ଏବଂ ବିଜୁ ପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।