ହାତକୁ ଦୁଇ ହାତ ହେଲେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ । ଜୟପୁରରେ କଲେ ଡେଷ୍ଟିନେଶନ୍ ୱେଡିଂ । ମାହାଙ୍ଗା ବିଧାୟକଙ୍କ ବାହାଘରରେ ସାମିଲ ହେଲେ ବହୁ ନେତା, ମନ୍ତ୍ରୀ । ନବଦମ୍ପତିଙ୍କୁ ଦେଲେ ଶୁଭେଚ୍ଛା । ଆଜ୍ଞା ହଁ, କେନ୍ଦ୍ରାପଡା ଡେରାବିଶ ବ୍ଲକ ବାରିମୁଳ ଗାଁର ସିପ୍ରା ପ୍ରିୟଦର୍ଶିନୀଙ୍କ ସହ ଶାରଦାଙ୍କର ପଡ଼ିଛି ହାତଗଣ୍ଠି । ରାଜସ୍ଥାନର ଜୟପୁର ସହରର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି ବିବାହ ଉତ୍ସବ । ବହୁ ନେତା, ମନ୍ତ୍ରୀ ସାରଦାଙ୍କ ବାହାଘରରେ ସାମିଲ ହୋଇଥିଲେ । କେନ୍ଦ୍ରାପଡ଼ା ଜାନରା ବାରିମୁଳା ଗ୍ରାମର ରମେଶ ଚନ୍ଦ୍ର ବଳଙ୍କ ବଡ଼ ଝିଅ ହେଉଛନ୍ତି ସିପ୍ରା । ସେ ଜଗତପୁର ବ୍ରାଞ୍ଚ ଷ୍ଟେଟ ବ୍ୟାଙ୍କରେ କାମ କରୁଥିବାବେଳେ ପୂର୍ବରୁ ମାହାଙ୍ଗା ନିଶ୍ଚିନ୍ତକୋଇଲିରେ ଏସଇଓ ଭାବେ କାମ କରୁଥିଲେ । ସ୍ୱାଧୀନ ଭାବେ ଚଳିତ ନିର୍ବାଚନ ଲଢ଼ି ବିଧାୟକ ହୋଇଥିବା ସାରଦାଙ୍କ ହାତ ଧରିଲେ ସିପ୍ରା । ଉଭୟଙ୍କ ପରିବାର ଏବଂ କିଛି ଖାସ୍ ବନ୍ଧୁ ହିଁ ଏହି ବିବାହରେ ସାମିଲ ହୋଇଥିଲେ । ସେପଟେ ବିବାହକୁ ନେଇ ସୋସିଆଲ ମିଡିଆରେ ଅନେକ ସାରଦାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।