ସୋର ତହସିଲ ଓ ବାଲେଶ୍ୱର ଖଣି ବିଭାଗ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ଉପରେ ପୋଲିସର ବଡ଼ ଚଢାଉ । ବାଲେଶ୍ୱର ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରାଯାଇ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଓଭରବ୍ରିଜ ନିକଟ ଓଡ଼ିଶା ହୋଟେଲ ସମ୍ମୁଖରୁ ୧୯ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି । ବାଲି ଗାଡି ଗୁଡିକ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିଳମ୍ବିତ ରାତିରେ ଚଢାଉ କରାଯାଇ ଗାଡ଼ିଗୁଡିକୁ ଜବତ କରାଯାଇଛି । ଗାଡ଼ିର ଡ୍ରାଇଭର ମାନେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିଲେ । ସକାଳୁ ଅନ୍ୟ ଡ୍ରାଇଭରଙ୍କ ଦ୍ବାରା ଗାଡ଼ି ଗୁଡିକୁ ଅଣାଯାଇଥିଲା । ଫାଇନ୍ ଆଦାୟ ପରେ ଗାଡି ଗୁଡ଼ିକୁ ଛଡାଯିବ ବୋଲି ଜଣାପଡିଛି । ଖବର ପାଇ ଆହୁରି ଅନେକ ଗାଡ଼ି ଅଧରାସ୍ତାରେ ରହିଯାଇଥିବା ଜଣାପଡ଼ିଛି ।