ଆଗକୁ କିଛି ବଡ ବିପଦ ଆସୁନି ତ ? କାହିଁକି ଘଟିଲା ଏମିତି ଅଘଟଣ? ପ୍ରଥମେ ନିର୍ଦ୍ଧାରିତ ସମୟ ଠାରୁ ୪୦ ମିନିଟ ବିଳମ୍ବରେ ଉଠିଥିଲା ମହାଦୀପ । ଆଉ ଏହି ସମୟରେ ସେବାୟତ ଖସି ପଡ଼ିବା ଘଟଣାରେ ସମସ୍ତ ଓଡ଼ିଶା ବାସୀ ଚିନ୍ତାରେ ଅଛନ୍ତି । ଆଜ୍ଞା ହଁ, ଆମେ କହୁଛୁ ଲିଙ୍ଗରାଜ ମହାଦୀପ ଉଠିବା ବେଳେ ଘଟିଥିବା ବଡ଼ ଅଘଟଣ କରଥା । ହର ହର ମହାଦେବ ଶବ୍ଦରେ ଲିଙ୍ଗରାଜ ମନ୍ଦିର ପରିସର ପ୍ରକମ୍ପିତ ହେଉଥିବା ବେଳେ ଏମିତି ଅଘଟଣ ଘଟିଛି । ସମସ୍ତେ ମହାଦୀପ ଉଠିବାକୁ ଅନେଇ ବସିଥିଲେ । କିନ୍ତୁ ହଠାତ ଯେଉଁ ଅଘଟଣ ଘଟିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେବାୟତ ମହାଦୀପ ନେଇ ମନ୍ଦିର ଚୂଡ଼ାକୁ ଉଠୁଥିବା ସମୟରେ ପାଖାପାଖି ୧୦ ଫୁଟ ତଳକୁ ଖସି ପଡ଼ିଥିଲେ । ସେବାୟତ ଖସି ପଡ଼ିବା ପରେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେବାୟତ ଯୋଗେନ୍ଦ୍ର ସମର୍ଥା ଖସି ପଡ଼ିବା ପରେ ଭକ୍ତଙ୍କ ମଧ୍ୟରେ ନାନାଦି ଆଶଙ୍କା ସୃଷ୍ଟି ହୋଇଛି । ତେବେ ସଙ୍ଗେ ସଙ୍ଗେ ମହାଦୀପ ନେଇ ଉପରକୁ ଉଠିଥିଲେ ଅନ୍ୟ ସେବାୟତ । ପୁଣି ଓଁ ନମଃ ଶିବାୟ ମନ୍ତ୍ରରେ ଗୁଞ୍ଜରିତ ହୋଇଥିଲା ପରିବେଶ । ଲକ୍ଷାଧିକ ଶ୍ରଦ୍ଧାଳୁ ଏହି ଅପୂର୍ବ ଦୃଶ୍ୟକୁ ଦର୍ଶନ କରିଥିଲେ । ପ୍ରାୟ ୧୦ଟା ୪୦ରେ ମନ୍ଦିର ଚୂଡ଼ାକୁ ମହାଦୀପ ଉଠିଥିଲା।