ରାଗି ପାଚି ନିଆଁ ହୋଇଗଲେ ଭକ୍ତ। ଆଙ୍ଗୁଠି ହଲାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସିଧା ନିସନା କଲେ। କହିଲେ ଭୁବନେଶ୍ୱର ଆଉ ଭୁବନେଶ୍ୱର ହୋଇ ରହିବ ନାହିଁ। ସିଧା ସଚିବାଳୟ ଘେରାଉ ହେବ। ସଚିବାଳୟରେ କେହି ରହି ପାରିବେ ନାହିଁ। ସବୁ ଦୌଡ଼ି ପଳାଇବେ। ମୋହନ ମାଝୀ ତୁମେ ନୂଆ ନୂଆ ମୁଖ୍ୟମନ୍ତ୍ରୀ ହୋଇଛ। ବିଫଳ ହୁଅ ନାହିଁ। ଆମର ମହିୟସୀ ମହିଳା ଦେଶର ରାଷ୍ଟ୍ରପତି ସେ ଆଦିବାସୀ। ଏଠାରେ ଏଭଳି ଘୃଣିତ କାର୍ଯ୍ୟ ହେଉଚି ସେ ଯେପରି ଲଜ୍ଜିତ ହୁଅନ୍ତୁ ନାହିଁ। ସରକାର ଲୋକଙ୍କୁ ସନ୍ତୁଷ୍ଟ କରିବା ଭଳି ପଦକ୍ଷେପ ନିଅନ୍ତୁ। ଚିତ୍ରକୋଣ୍ଡାରେ କିଭଳି ଜଣେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ ମା ହେଲେ ? କଣ କରୁଥିଲେ ସେଠାକାର ପ୍ରଧାନଶିକ୍ଷକ ଓ ୱାଡେନ୍। ଜିଲ୍ଲାପାଳ ପ୍ରତି ମାସରେ visit କରିବା କଥା ହଷ୍ଟେଲ। କରୁଥିଲେ କଣ ? ରାଜ୍ୟପାଳଙ୍କ ସ୍ପେଶାଲ ପାୱାର ଅଛି ଆଦିବାସୀ ଏରିଆ ଉପରେ। ହଷ୍ଟେଲ ଉପରେ ତାଙ୍କର ପୋଟେକ୍ସନ୍ ରହିବା କଥା। ଏ କି ପ୍ରକାର ପ୍ରୋଟେକ୍ସନ୍। 8 ମାସର ସରକାରରେ ରାଜ୍ୟରେ 1600 ମହିଳା ହିଂସା, ନିର୍ଯାତନା କେଶ ଘଟିଛି।