ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ୪୫ ଦିନ ପରେ ସମାପ୍ତ ହୋଇଛି । ମହାକୁମ୍ଭରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଆସ୍ଥା ଓ ଭକ୍ତିର ସହିତ ତ୍ରିବେଣୀରେ ବୁଡ଼ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ ସମାପନକୁ ନେଇ ଏକ ବ୍ଲଗ୍ ଲେଖିଛନ୍ତି । ଯେଉଁଥିରେ ସେ ମହାକୁମ୍ଭକୁ ‘ଏକତାର ମହାଯଜ୍ଞ’ ବୋଲି କହିଛନ୍ତି । ଏହାସହିତ ମହାକୁମ୍ଭ ବ୍ୟବସ୍ଥାରେ କୌଣସି ଅଭାବ ରହିଥିଲେ, ଜନତା କ୍ଷମା କରିଦେବେ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ମହାକୁମ୍ଭ ବ୍ୟବସ୍ଥାରେ ଅଭାବକୁ ନେଇ କ୍ଷମା ମାଗି ଲେଖିଛନ୍ତି, ମୁଁ ଜାଣିଛି, ଏବେ ବଡ଼ ଆୟୋଜନ କରିବା ସହଜ କଥା ନୁହେଁ । ମୁଁ ଗଙ୍ଗା ମା’, ଯମୁନା ମା’, ସରସ୍ବତୀ ମା’ଙ୍କୁ ପ୍ରାର୍ଥନା କରୁଛି । ଯଦି ଆମ ଆରାଧନାରେ କୌଣସି ଅଭାବ ରହିଛି, ତେବେ କ୍ଷମା କରିଦେବେ । ମୋ ପାଇଁ ଜନତା ଈଶ୍ବର ସମାନ, ସମସ୍ତ ଶ୍ରଦ୍ଧାଳୁଙ୍କୁ ସେବାରେ କୌଣସି ଅଭାବ ରହିଥାଏ, ତେବେ କ୍ଷମା କରିଦେବେ ।